ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଚନ୍ଦ୍ରଙ୍କ ପ୍ରତି ଭାଗ୍ୟାଧିପତିଙ୍କ ଶୁଭଦୃଷ୍ଟି ମାଙ୍ଗଳିକ କାମ ସକାଶେ ନିଯୁକ୍ତ କରାଇବ। ଚତୁର୍ଥାଧିପତି ଚନ୍ଦ୍ର ନିଜ ଭାବରୁ ନବମସ୍ଥ ହେତୁ ପାରିବାରିକ କ୍ଷେତ୍ରରେ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକି ରହିବ ନାହିଁ । ଆଲୋଚନା ପରିସରରେ ନିଜର ସୀମା ଭିତରେ ରହିବା ଭଲ।

ବୃଷ : ରାଶ୍ୟାଧିପ ଚନ୍ଦ୍ରଙ୍କ କେନ୍ଦ୍ରବର୍ତ୍ତୀ ହେତୁ ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିବେ। କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସୁଫଳ ପାଇବେ। ଭଲ ସମ୍ପର୍କ ରହିଥିବା ପଡୋଶୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରି ଉପକୃତ ହୋଇପାରନ୍ତି ।

ମିଥୁନ : ଧନାଧିପତି କର୍ମଭାବରେ ପ୍ରବଳ ଧନଯୋଗ ସୃଷ୍ଟି କରୁଥିବାରୁ ଆଶା କରୁଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ଯଥା ସମୟରେ ଅର୍ଥଲାଭ ହେବ। କିନ୍ତୁ ବୁଧଙ୍କ ସ୍ଥିତି ଆପଣଙ୍କୁ ବିଭିନ୍ନ ପ୍ରକାର ସଂଘର୍ଷମୟସ୍ଥିତି ଉତ୍ପନ୍ନ କରିବାର ଆଶଙ୍କା ମଧ୍ୟ ରହିଛି। ଅତୀତ ଘଟଣାକୁ କେନ୍ଦ୍ରକରି ନିଜ ଲୋକମାନେ ଦୂରେଇ ରହୁଥିବାର ଅନୁଭବ କରିପାରନ୍ତି।

କର୍କଟ : ମଙ୍ଗଳ ଓ ଚନ୍ଦ୍ର ସ୍ଥିତି ଆପଣଙ୍କ କାର୍ଯ୍ୟସିଦ୍ଧିର ସୂଚକ ହେତୁ ଚିନ୍ତା ନ କରି କାମ କରିଚାଲନ୍ତୁ କୌଣସି ଅସୁବିଧା ହେବନାହିଁ। ଯାହା ପାଇବା ସକାଶେ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‌, ପବ୍ଲିକେଶନ, ଆଲୋଚନା ଓ ସଭାସମିତିରେ କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ।

ସିଂହ : ଆଜି ନିଷ୍ପତି ନେବା ପୂର୍ବରୁ ପରିବାରରେ ବୟସ୍କଙ୍କ ଏବଂ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ମତକୁ ମଧ୍ୟ ବିଚାରକୁ ନ ନେଲେ ପରିସ୍ଥିତି ବଦଳିଯାଇପାରେ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଯାତ୍ରା, କଚେରି ମାମଲା ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଉତ୍ତରାଫାଲଗୁନୀ ନକ୍ଷତ୍ରର ସୁଯୋଗ ହାତଛଡ଼ା ହୋଇପାରେ।

କନ୍ୟା : ଆଜିର ଗ୍ରହସ୍ଥିତି ଆପଣଙ୍କ ପାଇଁ ବିଶେଷଭାବରେ ପ୍ରତିକୂଳ ରହିବ ନାହିଁ। ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଗଲେ ମଧ୍ୟ ପର ମୁହୂର୍ତ୍ତରେ ସବୁ ଠିକ୍‌ ହୋଇଯିବ। ସଭାସମିତିରେ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଦ୍ୱାରା ଅନ୍ୟମାନେ ବିଭିନ୍ନ ପ୍ରକାର ଟୀକ୍କାଟିପ୍ପଣୀ ଦେଇପାରନ୍ତି। ବନ୍ଧୁ ସହାୟତାରେ ଅର୍ଥ ପାଇବାରେ ସକ୍ଷମ ହେବେ ।

ତୁଳା : ରାଶିପ୍ରତି ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ଆଜିର ଶୁଭକର୍ମ ପ୍ରୀତିପ୍ରଦ ରହିବ। ଏବଂ ମଙ୍ଗଳଙ୍କ ସ୍ଥିତି ଓ ଦୃଷ୍ଟି ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରାଇ ଅର୍ଥନୈତିକ ଅଭିବୃଦ୍ଧି ଘଟାଇବ। କୌଣସି ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। କଳା, ସାହିତ୍ୟ, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ।

ବିଛା : ଆଜିର ଦିନଚର୍ଯ୍ୟା ମଧ୍ୟରେ କେତେକ ବ୍ୟକ୍ତି ମଧ୍ୟ ନିଜର ଭଳି ଅଭିନୟ କରି ପଛରେ ବିଭିନ୍ନ ପ୍ରକାରର କଥା କହିବାର ଲକ୍ଷ୍ୟ କରିପାରନ୍ତି। ପରିବାରରେ ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମସ୍ୟାର ସରଳ ସମାଧାନ ହୋଇପାରିବ । ପ୍ରକାଶନ, ପ୍ରଶାସନ, ଚୁକ୍ତିପତ୍ର, କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର ଆଶା ରହିଛି।

ଧନୁ : ଯେତେ ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍‌ ସାମ୍‌ନା କରିବାରେ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରକାଶନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାୟାହ୍ନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଆଶା ମଧ୍ୟ ପୂରଣ ହୋଇଯିବ।

ମକର : ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର କଥା କହି କାମ ହାସଲ କରିବେ। ସରକାରୀସ୍ତରରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ଖୁସି ହେବେ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବା ସକାଶେ ଚେଷ୍ଟା କରି ଉପକୃତ ହୋଇପାରନ୍ତି।

କୁମ୍ଭ : କର୍ମକ୍ଷେତ୍ରରେ ଅଧସ୍ଥନ କର୍ମଚାରୀ ମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ଆଜି ଦିନଟିରେ ବ୍ୟବସାୟିକ ସଫଳତା ମିଳିବ। ନିକଟ ସମ୍ପର୍କୀୟ ମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ପାରିବାରିକ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷମୂହୁର୍ତ୍ତରେ ନାସ୍ତିବାଣୀ ଶୁଣାଇ ପାରନ୍ତି।

ମୀନ : ରାଶିରେ ଚନ୍ଦ୍ର ହେତୁ ବିଭିନ୍ନ କ୍ଷେତ୍ରରେ ଅନୁପ୍ରବେଶ ଆପଣଙ୍କୁ ଅସ୍ଥିରତା ମଧ୍ୟରେ ରଖିପାରେ। ପାରିବାରିକ, ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ର ସାମାନ୍ୟ ବ୍ୟତିକ୍ରମ ଦେଖାଦେବାର ସୂଚନା ରହିଛି। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button