April 16, 2024

ଆଜିର ରାଶିଫଳ

1 min read

ମେଷ: ହଠାତ୍‍ ନିଜର ପୂର୍ବ ନିଷ୍ପତ୍ତି ବଦଳାଇ ଦେଲେ ଆୟ ବୃଦ୍ଧି ହୋଇପାରେ। ଶ୍ରୀ ଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ଜିଣି ଧନ ଲାଭ ହେବ। ଦାମ୍ପତ୍ୟ ସୁଖ ମିଳିବ।

ବୃଷ: ଅଦା ଖାଇ ଯାତ୍ରା କଲେ ସଫଳତା ମିଳିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି।

ମିଥୁନ: ଆୟ ଆଶାନୁରୂପ ହେବ। ଯଶ୍ୱସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ଲାଭ କରିବେ। ବ୍ୟବସାୟରୁ ଅଧିକ ଲାଭ ମିଳିବ।

କର୍କଟ: ଯାତ୍ରା ଶୁଭଦାୟକ ହେବ ଓ ଆଦର ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ପରିବାରର ଶ୍ରେଷ୍ଠ ବ୍ୟକ୍ତି ଭାବେ ବିବେଚିତ ହୋଇପାରନ୍ତି। ବ୍ୟବସାୟ ଲାଭ ଜନକ ହେବ। ଯଶସ୍ୱୀ ହେବ। ବହୁ ସୁଖ ମିଳିପାରେ।

ସିଂହ: ବ୍ୟବସାୟ ସମ୍ଭାଳିବାରେ ସକ୍ଷମ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

କନ୍ୟା: ଯୋଗାଯୋଗରେ ପ୍ରଗତି ଘଟିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସ୍ନେହ, ଆଦର, ସମ୍ମାନ ମିଳିବ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ପାଇଁ ସତର୍କ ହେବେ।

ତୁଳା: ବନ୍ଧୁ ମିଳନରେ ଉପକୃତ ହୋଇପାରନ୍ତି। ବ୍ୟବସାୟରୁ ଅଧିକ ଲାଭବାନ୍‍ ହୋଇପାରନ୍ତି। ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ଅଧୀନ ହେବେ। କୁଟୁମ୍ବ ସୁଖ ମିଳିପାରେ।

ବିଛା: ଅର୍ଥାଭାବ ଦୂରେଇ ଯିବ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶରୀର ସୁସ୍ଥ ରହିବ। ବଳବାନ ହେବେ। ଶତ୍ରୁ ହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଢ଼େର ସୁନାମ ମିଳିବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି।

ଧନୁ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଦାନ-ଧର୍ମ ଭଳି ମହତ୍‍ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ଲାଭଜନକ ହେବ।

ମକର: ପ୍ରୀତି ଲାଭ କରିବେ। କଳହଠାରୁ ଦୂରେଇ ରହିବେ। ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ଦେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମ କରିପାରନ୍ତି।

କୁମ୍ଭ: ଉଚ୍ଚ ସମ୍ମାନ ଲାଭ କରିବେ। ଚିତ୍ତରେ ପ୍ରସନ୍ନତା ଦେଖା ଦେବ। ଆସ୍ତିକ ସ୍ୱଭାବ-ସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ, ସାହସୀ ହେବେ। ଭ୍ରାତୃ ସ୍ନେହ ମିଳିବ।

ମୀନ: ଖର୍ଚ୍ଚାନ୍ତ ନ ହେବା ପାଇଁ ପରିବାରକୁ ପରାମର୍ଶ ଦେବେ। ଆଦର ଅଭ୍ୟର୍ଥନା ମିଳିବ। ଭାଗ୍ୟଶାଳୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ। ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ। ସହନଶୀଳ ହୋଇ ପାରନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.