ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଏକାଦଶସ୍ଥ ଚନ୍ଦ୍ର ଶିକ୍ଷା କ୍ଷେତ୍ର, ସନ୍ତାନଙ୍କ କୃତିତ୍ୱ,ବନ୍ଧୁଙ୍କ ଆଲୋଚନାକୁ ସରସ ସୁନ୍ଦର କରିବ। ବ୍ୟବସାୟିକ ଅଂଶୀଦାର ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବାର ସୂଚନା ଅଶ୍ୱିନୀ ନକ୍ଷତ୍ର ସକାଶେ ରହିଛି।

ବୃଷ : କର୍ମାଧିପତିଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ମଧ୍ୟ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମରେ ସହଯୋଗ ଲାଭକରିବା ସହ ସଫଳତା ମଧ୍ୟ ପାଇ ପାରିବେ। ଶନିକ୍ଷେତ୍ରସ୍ଥ ଚନ୍ଦ୍ର କାରଣରୁ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କୃତ୍ତିକା ନକ୍ଷତ୍ର ପାଇଁ କେତେକ ବ୍ୟତିକ୍ରମ ସୃଷ୍ଟି ହୋଇପାରେ।

ମିଥୁନ : ତୃତୀୟ ସ୍ଥାନ ଚନ୍ଦ୍ରଙ୍କ ଦୃଷ୍ଟିପଥରେ ରହିଥିବାରୁ କୌଣସି ପଡୋଶିନୀ ମହିଳାଙ୍କ ସାହାଯ୍ୟ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ମାଙ୍ଗଳିକ କାମ ସକାଶେ ପୂର୍ବ ପ୍ରସ୍ତୁତି, ନିକଟ ସମ୍ପର୍କୀୟମାନଙ୍କ ମୈତ୍ରୀଭାବ କାମ ହାସଲ ପାଇଁ ପୃଷ୍ଠଭୂମି ସାଜିପାରେ। ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ ସକାଶେ ଦିନଟି ଭଲ। କିନ୍ତୁ ମୃଗଶିରା ନକ୍ଷତ୍ର ପାଇଁ ଦୈହିକ ଦୁର୍ବଳତା ପ୍ରତିବନ୍ଧକର କାରଣ ହୋଇପାରେ।

କର୍କଟ : ଅଷ୍ଟମ ଭାବରେ ଶନିକ୍ଷେତ୍ରସ୍ଥ ମାନସିକ ଓ ମାନସିକ ସ୍ତର ପାଇଁ ଶିଥିଳତା ଓ ନିରୁତ୍ସାହ ସୃଷ୍ଟି କରିବ। ତଥାପି ଅର୍ଥଲାଭ ସାଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି, ଶତ୍ରୁମାନଙ୍କ ଅଧୋଗତି, ଋଣ ପରିଶୋଧ ପ୍ରଭୃତିରୁ ଖୁସି ମିଳିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ସାଧାରଣ କଥାରେ ନିକଟ ସମ୍ପର୍କୀୟଙ୍କ ସହ ଅଶ୍ଳେଷା ନକ୍ଷତ୍ରର ମତାନ୍ତର ସୃଷ୍ଟି ହୋଇପାରେ।

ସିଂହ : ରାଶିପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି ଦୂରଯାତ୍ରା,ବ୍ୟୟ ବରାଦ, ସନ୍ତାନଙ୍କ ସମସ୍ୟା, ସମ୍ପର୍କହାନି ବିଷୟରେ ଚିନ୍ତିତ କରାଇପାରେ। ମାନସିକ ସ୍ଥିତି ଅସ୍ଥିର ରହିଥିବାରୁ ଆଜିର ଯାତ୍ରା ଅନୁକୂଳ କିମ୍ବା ନୂତନ କର୍ମାରମ୍ଭ ରହିବ ନାହିଁ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସକାଶେ ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ପରିବହନ ପାଇଁ ଦିନଟି ଭଲ।

କନ୍ୟା : ମୁଖଭାବ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷ ଦୃଷ୍ଟିଜନିତ ଆପଣ ଭଲ କଥା କହିଲେ ମଧ୍ୟ ସମାଲୋଚିତ ହେବାକୁ ପଡିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହେବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି। ସ୍ଵାର୍ଥସାଧନ ସକାଶେ ନିଜ ଲୋକମାନେ ଚିତ୍ରା ନକ୍ଷତ୍ର ପାଇଁ ବିଶ୍ୱାସଘାତକତା କରିପାରନ୍ତି।

ତୁଳା : କର୍ମାଧିପତି ସ୍ଵଭାବରୁ ଅଷ୍ଟମସ୍ଥ ହେତୁ ଅର୍ଥ ଏବଂ କର୍ମକ୍ଷେତ୍ର ସମ୍ପର୍କିତ ସମସ୍ୟା ମାନସିକ ଅସ୍ଥିରତାର କାରଣ ହେବ। ଏଣେ ପାରିବାରିକ ସ୍ତରରେ ଯୁକ୍ତିତର୍କଜନିତ ମତପାର୍ଥକ୍ୟ ପାରିବାରିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିପାରେ। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହିବା ଭଲ ହେବ। ସ୍ଵାତୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ।

ବିଛା : ରାଶିରେ ବୃହସ୍ପତି ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ପୂର୍ବକ ଯୋଗକାରକ ହୋଇ ଆପଣଙ୍କ ଉଚ୍ଚ ସମ୍ମାନ ସହ ବହୁଜନ ପ୍ରଶଂସିତ କରାଇବ। ଫଳତଃ ଅର୍ଥଲାଭ ସହ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବିଭିନ୍ନ କ୍ଷେତ୍ର ସକାଶେ ଅପରିହାର୍ଯ୍ୟ ଆବଶ୍ୟକତାକୁ ନେଇ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ।

ଧନୁ : କର୍ମସ୍ଥାନ ଶନି ଦୃଷ୍ଟିରେ ରହିଥିବାରୁ ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତି ସହିତ ପ୍ରତିଯୋଗିତା ମନୋଭାବ ସୃଷ୍ଟିହେବ। ପାରିବାରିକ କ୍ଷେତ୍ରରେ ମଧ୍ୟ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଉତ୍ତରାଷାଢା ନକ୍ଷତ୍ର ସକାଶେ ପରିବହନରେ ଉନ୍ନତି, ବ୍ୟବସାୟିକ ଉତ୍କର୍ଷ ହେତୁ ଖୁସି ରହିବେ।

ମକର : ପରିସ୍ଥିତି ଯାହାହେଉ ନା କାହିଁକି ଆପଣଙ୍କ ଆଶା ପୂରଣ ଦିଗରେ ତାହା ପ୍ରତିବନ୍ଧକ ପରି ରହିବ ନାହିଁ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ବିବାଦୀୟ ଘଟଣା ମନରେ ସ୍ଥାନ ପାଇବା ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଶ୍ରବଣା ନକ୍ଷତ୍ରର ବନ୍ଧୁଙ୍କ ସକାଶେ ଦୀର୍ଘସମୟର ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।

କୁମ୍ଭ : ବୃହସ୍ପତିଙ୍କ ପ୍ରଭାବରେ ସମସ୍ୟା ରହିଥିଲେ ମଧ୍ୟ ପ୍ରତ୍ୟେକ କାମକୁ ଆତ୍ମୀୟତାର ସହ କରି ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍‌ ହେବାର ସୂଚନା ରହିଛି। ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଲକ୍ଷ୍ୟପୂରଣ ହୋଇପାରେ। କଳା ସାହିତ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ଶତଭିଷା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ।

ମୀନ : ଆଜି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି କଥାବାର୍ତ୍ତା ନ କଲେ ନିଜର ସମ୍ମାନହାନି ଘଟିପାରେ। ଏଣେ ପାରିବାରିକ ସମସ୍ୟା ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦ୍ୱଯୁକ୍ତ ହୋଇ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସକାଶେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button