ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଶ୍ରବଣା ନକ୍ଷତ୍ରରେ ଚନ୍ଦ୍ର କର୍ମଜାଳ ବୃଦ୍ଧି ଜନିତ ବ୍ୟସ୍ତତା ଅନୁଭବ କରିବେ। ଘର ପାଇଁ ଆବଶ୍ୟକୀୟ ଜିନିଷପତ୍ର କ୍ରୟ କରିବା ଦିଗରେ ବିଚାରବିମର୍ଶ ଚଳାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସୀ ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନୀରୁ ସେତିକି ଦୁଃଖୀ ହେବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା ପରିପାରନ୍ତି।

ବୃଷ : ରବି ତୃତୀୟାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କୁ ବନ୍ଧୁବର୍ଗ ଓ ପ୍ରିୟଜନଙ୍କ ଘରୋଇ କାମରେ ନିୟୋଜିତ କରାଇବାର ସ୍ଥିତି ଆସିବ। କିନ୍ତୁ ଅସ୍ଥିରମନ ନେଇ,ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ସମାଲୋଚିତ ହେବାକୁ ପଡିପାରେ। ବନ୍ଧୁଙ୍କ ଜରିଆରେ ଆଶା କରୁଥିବା ଅର୍ଥ ସ୍ଥଗିତ କାମର ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା କରିବେ।

ମିଥୁନ : ଧନିଷ୍ଠା ନକ୍ଷତ୍ରସ୍ଥ ବୁଧ ବନ୍ଧୁଙ୍କ ସହ ମତାନ୍ତର ଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ସ୍ନାୟବିକ ଦୁର୍ବଳତା ଜନିତ ପୀଡା କିମ୍ବା ଅସାବଧାନତା କାରଣରୁ ଆଘାତପ୍ରାପ୍ତିର ସୂଚନାକୁ ଏଡାଇ ଦିଆଯାଇନପାରେ। ସ୍ଥଗିତ ଫାଇଲ୍‌କାମ କିମ୍ବା ଦାୟିତ୍ୱରେ ଅବହେଳା ଜନିତ କର୍ମ କ୍ଷେତ୍ରରେ କୈଫୟତ୍‌ ଦେବାକୁ ପଡିବ।

କର୍କଟ : ଶୁକ୍ରଙ୍କ ମୂଳା ନକ୍ଷତ୍ରରେ ସଂସ୍ଥିତି ଆପଣଙ୍କୁ ପାରିବାରିକ କ୍ଷେତ୍ରରେ କିମ୍ବା ନିଷ୍ପତି ନେବାରେ ଦ୍ୱନ୍ଦରେ ପକାଇପାରେ। କେତେକ କ୍ଷେତ୍ରରେ କଅଣ କରିବେ କିମ୍ବା ନକରିବେ ସ୍ଥିର ସିଦ୍ଧାନ୍ତ ନନେଇ ଅସୁବିଧାରେ ପଡିପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟ, ଅର୍ଥ ସମ୍ପର୍କ, ଆଲୋଚନା କିମ୍ବା ପରାମର୍ଶରୁ କେତେକାଂଶରେ ସଫଳତା ପାଇବ ଆଶା କରାଯାଇପାରେ।

ସିଂହ : ମଙ୍ଗଳ ନିଜ ନକ୍ଷତ୍ରସ୍ଥ ହୋଇ ବୃହସ୍ପତି କ୍ଷେତ୍ରରେ ରହିଥିବାରୁ ଘରର ବାକିଆ କାମ,ବନ୍ଧୁଙ୍କ ପରାମର୍ଶରେ ହାସଲ କରିପାରିବେ। ଜମିଜମା କିମ୍ବା ଯାନ୍ତ୍ରିକ ଦ୍ରବ୍ୟ କ୍ରୟ, ଚୁକ୍ତିନାମା, ବିବାଦର ସମାଧାନ କ୍ଷେତ୍ରରେ ଆଉ ମାତ୍ର ପାଦେ ଆଗକୁ ବଢିପାରନ୍ତି। କିନ୍ତୁ ମଘା ନକ୍ଷତ୍ର ପ୍ରତ୍ୟେକ କଥା ଓ କାମରେ ଅଯଥା ଭୟ ଓ ଆଶଙ୍କାଗ୍ରସ୍ଥ ହୋଇପାରନ୍ତି।

କନ୍ୟା : ଜ୍ୟେଷ୍ଠା ନକ୍ଷତ୍ରରେ ଦେବଗୁରୁ କାର୍ଯ୍ୟହାସଲ ସକାଶେ ଅନୁକୂଳ ସାହାଯ୍ୟ,ସହଯୋଗ ଆତ୍ମୀୟ ସ୍ବଜନଙ୍କ ମାଧ୍ୟମରେ ଯୋଗାଇ ଦେଇପାରନ୍ତି। କେବଳ ମନରେ ଚିନ୍ତା ନ କରି ଯାହା କରିବା କଥା ଶୀଘ୍ର ଶୀଘ୍ର ଶେଷ କରିବା ଭଲ ହେବ। ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପାରିବାରିକ ସମସ୍ୟା ସମାଧାନରେ ସଫଳତା ପାଇପାରିବେ।

ତୁଳା : ରାଶିପ୍ରତି ଯୋଗକାରକ ଶନିଶ୍ଚର ପୂର୍ବାଷାଢା ନକ୍ଷତ୍ରରେ ଅବସ୍ଥାନ କରି କୈାଣସି ମହିଳାବନ୍ଧୁଙ୍କ ସହାୟତାରେ ଲକ୍ଷ୍ୟପୂରଣ କରିପାରନ୍ତି।ମୂଲ୍ୟବାନ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ,ଯାନ ବାହାନ ମରାମତି,ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତି ପାଇଁ ଦିନଟି ଅନୁକୂଳ ରହିବ। କୈାଣସି ନୂତନ ଯୋଜନାରମ୍ଭ ସକାଶେ ମନ ବଳାଇପାରନ୍ତି।

ବିଛା : ଆତ୍ମୀୟଙ୍କ ସମ୍ପର୍କହାନୀ କିମ୍ବା ପର ଉପରେ ଅଭିମାନ କରି ବର୍ତମାନର ସୁଯୋଗର ସଦ୍‌ ବ୍ୟବହାରକୁ ହରେଇପାରନ୍ତି। ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହେବ। ବାଣିଜ୍ୟ,ବ୍ୟବସାୟ,ପରିବହନ,ବନ୍ଧୁସମ୍ପର୍କରେ ସମସ୍ୟା ଜନିତ ବ୍ୟସ୍ତତା ବୃଦ୍ଧି ପାଇପାରେ। ସ୍ବାସ୍ଥ୍ୟ ସମସ୍ୟା, ସ୍ଥଗିତ କାମ ଓ ଅଧ୍ୟୟନ,ଅଧ୍ୟାପନା କ୍ଷେତ୍ରରେ ଉନ୍ନତି ଘଟିବ।

ଧନୁ : ଚନ୍ଦ୍ର ଓ ମଙ୍ଗଳଙ୍କ ପାରଷ୍ପରିକ ଦୃଷ୍ଟିର ଅଭାବ ଯୋଗୁଁ ଆପଣଙ୍କ ସମସ୍ୟା ଆଗକୁ ବଢିନପାରେ। ପାରିବାରିକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ସଂକୁଚିତ ଅର୍ଥନୀତି,କାର୍ଯ୍ୟ ସାଧନରେ ଶିଥିଳତା ଓ ସାହାଯ୍ୟ, ସହଯୋଗର ଅଭାବ ମନସ୍ତାପର କାରଣ ହୋଇପାରେ।

ମକର : ରାଶିରେ ଚତୁଃଗ୍ରହ ଯୋଗ ଆପଣଙ୍କୁ ଅନେକ କାମର ଯୋଜନା ,ଏକାଧିକ ଚିନ୍ତାରେ ନିମଗ୍ନ କରାଇପାରେ। ଫଳତଃ ମାନସିକ ଅସ୍ଥିରତା କାରଣରୁ ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁଁ ପ୍ରଗତିରେ ଅଗ୍ରଗତି ହୋଇ ପାରିବ ନାହିଁ। ସମ୍ପର୍କହାନୀ,ଅର୍ଥାଭାବ ସଙ୍ଗକୁ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାରୁ ମନ ଭଲ ରହିନପାରେ।

କୁମ୍ଭ : ପରୋକ୍ଷ ଶତ୍ରୁତା ଜନିତ କାର୍ଯ୍ୟହାନୀ,ବନ୍ଧୁଙ୍କ ପ୍ରତାରଣା ଓ ଅର୍ଥପ୍ରାପ୍ତିର ଅବରୁଦ୍ଧତା ଆଜିର ମୁଖ୍ୟ ଚିନ୍ତା ରୂପେ ଉଭା ହୋଇପାରେ। ପାରିବାରିିକକ୍ଷେତ୍ର ବୁଝାମଣା ଭିତିରେ ଶୃଙ୍ଖଳିତ ରହିବା ସଙ୍ଗକୁ କାର୍ଯ୍ୟସାଧନ ଦିଗରେ ବନ୍ଧୁଙ୍କ ସହ ବିଚାରବିମର୍ଶ ଚଳାଇପାରନ୍ତି। ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।

ମୀନ : ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ କର୍ମ ପରିସରକୁ ବୃଦ୍ଧି କରିବା ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବେ। ପାରିବାରିକ ସ୍ଥିତି,ବନ୍ଧୁସମ୍ପର୍କ, ବ୍ୟବସାୟ, ଯାତ୍ରା ପାଇଁ ଦିନଟି ମଧ୍ୟମ ପ୍ରକାରର ରହିବ। କଳା, ସାହିତ୍ୟ, ରାଜନୀତି, ସଭାସମିତି, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button