ରାଶିଫଳ

ଆଜିର ରାଶିଫଳ

ମେଷ: ସହାୟତା ଆନନ୍ଦଦାୟକ ହେବ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ମଧୁରଭାଷୀ ହେବେ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ବିବାଦୀୟ ବିତର୍କରୁ ଓହରି ଯିବା ଭଲ।

ବୃଷ: ଅଦା ଖାଇ କର୍ମସ୍ଥଳକୁ ଗଲେ ସହଜରେ ସଫଳତା ମିଳିବ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ସରକାରୀ କ୍ଷେତ୍ରରେ ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହରୁ ଶାନ୍ତି ମିଳିବ।

ମିଥୁନ: ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଭାଗ୍ୟବାନ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଅସୁସ୍ଥତାର ଉପଶମ ହେବ। ସ୍ଥାନାଧିକାର କରିପାରନ୍ତି। ଗୃହରୁ ଶାନ୍ତି ମିଳିବ।

କର୍କଟ: ଦାୟିତ୍ୱ ବୃଦ୍ଧି ପାଇବ। ନିଜ ଅଧିକାର ସାବ୍ୟସ୍ତ କରିବାରେ ପାରଙ୍ଗମ ହେବେ। ସୁଖପୂର୍ଣ୍ଣ ଜୀବନ ଯାପନ କରିବେ। ଆନନ୍ଦ ଉପଭୋଗ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମାଜିକ ସ୍ତରରେ ଆଦର ମିଳିବ।

ସିଂହ: ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଘଟିବ। କର୍ମକ୍ଷେତ୍ରରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବେ। ଧର୍ମ ପ୍ରିୟ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ।

କନ୍ୟା: କର୍ମକ୍ଷେତ୍ରରେ ସହାୟତା ମିଳିବ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ବନ୍ଧୁ ବର୍ଗଙ୍କ ଦ୍ୱାରା ସମ୍ମାନିତ ହେବେ। ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ। ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ତୁଳା: ଧୈର୍ଯ୍ୟଧରି କାର୍ଯ୍ୟ କରିଲେ ସଫଳତା ନିଶ୍ଚିତ ମିଳିବ। ହିତୈଷୀମାନଙ୍କ ଠାରୁ ସୁପରାମର୍ଶ ମିଳିବ। ଉଚ୍ଚକର୍ମରେ ସଂପୃକ୍ତି ମିଳିବ। ପାରିବାରିକ ସୁଖ ମିଳିବ। ସୁସ୍ଥ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।

ବିଛା: ଅଧିକ ଶ୍ରମ ସ୍ୱୀକାର କରି କାର୍ଯ୍ୟରେ ସଫଳତା ଲାଭ କରିବେ। ନିରବ ଚିନ୍ତନ ଆପଣଙ୍କ ପାଇଁ ଲାଭପ୍ରଦ ହେବ। ହଠାତ୍‍ କିଛି ଅର୍ଥ ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ବ୍ୟବସାୟ ଭଲରେ ଚାଲିବ।

ଧନୁ: ଆଗକୁ ବଢ଼ିବାର ମାର୍ଗ ଉନ୍ମୁକ୍ତ ରହିଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ପ୍ରକୃତି ପ୍ରେମୀ ହୋଇପାରନ୍ତି। ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରି ସୁଖୀ ହେବେ।

ମକର: ଅଯଥା ଅଶାନ୍ତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ପ୍ରତ୍ୟେକ କାର୍ଯ୍ୟ ସଂପାଦନ କରିବାରେ ସଫଳ ହେବେ। ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖ ମିଳିବ।

କୁମ୍ଭ: ଆଶାବାଦୀ ହୋଇ ପାରନ୍ତି। ମଧ୍ୟମ ଧରଣର ଶୁଭଫଳ ମିଳିବ। ସୁକୃତୀ ସମ୍ପନ୍ନ ହେବେ। ପରାମର୍ଶଦାତା ଭାବେ ଅଗ୍ରଗଣ୍ୟ ହେବେ। ଶାସ୍ତ୍ରଜ୍ଞାତା ବ୍ରତକର୍ତ୍ତା ହୋଇପାରନ୍ତି। ଦେବ-ଦ୍ୱିଜ ପରାୟଣ ହେବେ।

ମୀନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button