ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ରାଶ୍ୟାଧିପତି ବ୍ୟୟଭାବରେ ଆପଣଙ୍କୁ ନୂଆ ଜିନିଷ କିଣିବା ପାଇଁ, ବନ୍ଧୁଙ୍କ ସହ ଯାତ୍ରା କରିବା ସକାଶେ ମନସ୍ଥ କରାଇବ। ପଡୋଶୀଙ୍କ ସହ ଆଲୋଚନା କରି କୌଣସି କାର୍ଯ୍ୟାରମ୍ଭ କରିବାକୁ ଯୋଜନା କରିପାରନ୍ତି। ଚନ୍ଦ୍ର ଓ ବୃହସ୍ପତି ଧନ ସ୍ଥାନକୁ ଦେଖୁଥିବାରୁ କୌଣସି ବିବାଦୀୟ ଅର୍ଥଲାଭର ସୂଚନା ରହିଛି । ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ।

ବୃଷ : ଶୁକ୍ର ନିଜ ରାଶିକୁ ଅବଲୋକନ କରି ଦୈହିକ ଓ ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବେ। ଏହା ସାଙ୍ଗକୁ ପଡୋଶୀ, ବନ୍ଧୁ କିମ୍ବା ସ୍ତ୍ରୀଙ୍କ ସହ ସାମାନ୍ୟ କଥା କଟାକଟି ଘଟିପାରେ। କେତେକ କ୍ଷେତ୍ରରେ ମନ ଚାହୁଁ ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ ଓ କୌଣସି ଶୁଭଖବର ଦେଇପାରନ୍ତି।

ମିଥୁନ : ବୁଧଙ୍କ ରାଶି ପ୍ରତି ପୂର୍ଣ୍ଣଦୃଷ୍ଟି ବନ୍ଧୁମାନଙ୍କ ସାହାଯ୍ୟ, ସମର୍ଥନକୁ ସ୍ବାଗତ ଜଣାଇ ଖୁସି କରାଇବ। ପାଖପଡ଼ୋଶୀଙ୍କ ବିବାଦର ଆଲୋଚନା ବିଷୟ ଆପଣଙ୍କ ଆଲୋଚନାରେ ସ୍ଥାନ ପାଇପାରେ। ବନ୍ଧୁ ଗହଣରେ ଅଥବା ସଭାସମିତିରେ ନୂଆ ନୂଆ ମୁହଁ ସହ ପରିଚିତ ହେବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।

କର୍କଟ : ଗୁରୁ ଓ ଶୁକ୍ରଙ୍କ ସାନ୍ନିଧ୍ୟରେ ଚନ୍ଦ୍ର ନୂତନ କାର୍ଯ୍ୟାରମ୍ଭର ଯୋଜନା ପ୍ରସ୍ତୁତି ଚଳାଇପାରନ୍ତି। ହସଖୁସି ଓ ମଜାମଉଜରେ ନିଜକୁ ହଜାଇଦେବାର ମଉକା ପାଇବେ । ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିବାରେ ସଫଳ ହେବେ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଆର୍ଥିକ ସମସ୍ୟା ଦେଖାଦେଇପାରେ।

ସିଂହ : ରବି ଅନ୍ୟ ଦୁଇଗ୍ରହଙ୍କ ସହ ଲାଭଭାବକୁ ଦେଖି ତର୍କ ଓ ବିବାଦ ମଧ୍ୟରେ ଆଶାକୁ ପୂରଣ କରାଇବେ। ବୁଧଙ୍କ ସୁପ୍ରଭାବରେ ବନ୍ଧୁଙ୍କ ସହ ସମ୍ପର୍କ ଜମିବ ଏବଂ ଯେମିତି ପାଇବେ ଅନ୍ୟମାନଙ୍କୁ ମଧ୍ୟ ଦେବାରେ କୁଣ୍ଠାବୋଧ କରିବେ ନାହିଁ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଜନିତ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଭ୍ରମଣ, ରାଜନୀତି, ପ୍ରକାଶନ ଓ ପ୍ରଶାସନ ପାଇଁ ଦିନଟି ଭଲ।

କନ୍ୟା : ଏକାଧିକ ଗ୍ରହ ଚତୁର୍ଥ ଓ ଦଶମ ସ୍ଥାନକୁ ପ୍ରଭାବିତ କରୁଥିବାରୁ ବନ୍ଧୁପ୍ରୀତି, ଲୋକସମ୍ପର୍କ, ସ୍ଥଗିତ କାର୍ଯ୍ୟ, ସଭାରେ ଫଳପ୍ରଦ ଆଲୋଚନା କରିପାରନ୍ତି । କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର କ୍ଷେତ୍ରରେ ସମ୍ମାନଜନକ ସ୍ଥିତିକୁ ଯିବାରେ ପ୍ରତିବନ୍ଧକ ରହିବ ନାହିଁ । ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଅମାଶୟ ଦେଖାଦେବାର ଆଶଙ୍କା ରହିଛି ।

ତୁଳା : ଶୁକ୍ର କର୍ମାଧିପଙ୍କ ସହ ଅବସ୍ଥାନ କରି ଧନଭାବରେ କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ ଓ ପ୍ରତିଷ୍ଠା ଲାଭରେ ସହାୟକ ହେବେ । କୌଣସି ମହିଳାଙ୍କ ସହୃଦୟତାରୁ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ ହୋଇପାରିବ । ଯଦି ଆପଣଙ୍କ ସେପରି କିଛି କୃତି ରହିଥିବ ତେବେ କୃତିତ୍ୱର ମୂଲ୍ୟାୟନ ସ୍ବରୂପ ଅର୍ଥ, ମାନପତ୍ରାଦି ପାଇପାରିବେ । କଳା, ସଙ୍ଗୀତ ପ୍ରତି ଅନୁରକ୍ତି ପ୍ରକାଶ ପାଇପାରେ ।

ବିଛା : ଭୂନନ୍ଦନ ନନ୍ଦନ ଭାବରେ ରହି ଆର୍ଥିକ, ଶାରୀରିକ, ମାନସିକ ଓ ସାମାଜିକ ସ୍ଥିତିକୁ ଉନ୍ନତ ରଖିବାରେ ସାହାଯ୍ୟ କରିବ। ରାଶିରେ ଶୁଭଗ୍ରହ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରାଇବାର ପଥ ପରିଷ୍କାର କରିବେ । ଆତ୍ମୀୟସ୍ବଜନଙ୍କ ଅନୁରାଗ, ଲୋକ ସମ୍ପର୍କର ଅଭିବୃଦ୍ଧି, କୃତିତ୍ୱର ପ୍ରଶଂସାରେ ଆତ୍ମହରା ହୋଇପାରନ୍ତି। ବ୍ୟବସାୟ, ନୂତନ କାର୍ଯ୍ୟରେ ସଫଳତା ପାଇବେ।

ଧନୁ : ଦେବଗୁରୁଙ୍କ ସ୍ବଗୃହାଭିମୁଖୀ ଯାତ୍ରା ଆପଣଙ୍କ ଜୀବନଯାତ୍ରା ପାଇଁ ହିତକାରକ ହେବ । ଆରୋଗ୍ୟଲାଭ, ଅର୍ଥପ୍ରାପ୍ତି, ପାରିବାରିକ ସୌଖ୍ୟ ଓ ସ୍ଥଗିତକାର୍ଯ୍ୟାରମ୍ଭରୁ ଆନନ୍ଦିତ ରହିବେ। ଶତ୍ରୁମାନେ ଦୂରେଇ ରହିବେ ଓ ସମସ୍ୟାର ସରଳ ସମାଧାନ ହୋଇପାରିବ । କିନ୍ତୁ ଭୁଲ୍‌ ବୁଝାମଣା, ଅଯଥା ଦୋଷାରୋପ ପାରିବାରିକ ଜୀବନକୁ କଳୁଷିତ କରିପାରେ।

ମକର : ରାଶି ପାଇଁ ରବି ଓ ବୁଧ ଅତ୍ୟନ୍ତ ଅଶୁଭଗ୍ରହ ହୋଇ ଶନିଙ୍କ ସହ ଆପଣଙ୍କ ଚିନ୍ତାଧାରା ଓ କାର୍ଯ୍ୟଶୈଳୀକୁ ବିକୃତ କରିପାରନ୍ତି। ଆପଣଙ୍କ କଥା ଓ କାମର ଭିନ୍ନତା ବନ୍ଧୁଙ୍କ ମନରେ ଭୁଲ୍‌ଧାରଣା ସୃଷ୍ଟିକରି ସମ୍ପର୍କ ହ୍ରାସ କରାଇପାରେ। ନିର୍ମାଣାଧୀନ ଗୃହକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ପୂର୍ବରୁ କୌଣସି ସମସ୍ୟା ସୃଷ୍ଟି ହୋଇପାରେ।

କୁମ୍ଭ : ଶନିଙ୍କ ସୁଦୃଷ୍ଟି ଶାରୀରିକ ସୁସ୍ଥତା, କାର୍ଯ୍ୟସିଦ୍ଧି, ମିତ୍ରବନ୍ଧୁଙ୍କ ସହ ପ୍ରୀତିପ୍ରଦ ଆଲୋଚନା କରିବେ। ସଫଳତାର ଆନନ୍ଦରେ ଅଭିଭୂତ ହେବାସହ ସହଯୋଗୀଙ୍କୁ ଆପଣାର କରିବାରେ ସମର୍ଥ ହେବେ। ଯୁକ୍ତିଯୁକ୍ତ ମନ୍ତବ୍ୟ ଦେଇ ବହୁଚର୍ଚ୍ଚିତ ହେବା ସହ ସାମାଜିକ ସ୍ତରରେ ଖ୍ୟାତି ଅର୍ଜନ କରିପାରନ୍ତି। ପରୋକ୍ଷ ଭାବରେ ପ୍ରତ୍ୟେକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟିକରିବେ।

ମୀନ : ଦେବଗୁରୁଙ୍କ ଦିବ୍ୟଦୃଷ୍ଟି ପ୍ରତ୍ୟେକ କାର୍ଯ୍ୟ ସାଧନରେ ସହାୟକ ହେବ। ଫଳତଃ ଗୌରବର୍ଣ୍ଣା ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ଓ ସାହାଯ୍ୟ ଲାଭ କରିପାରିବେ । ପ୍ରତ୍ୟେକ କ୍ଷେତ୍ରରେ ବୈଷମ୍ୟ ଲାଗି ରହିଥିଲେ ମଧ୍ୟ ଅନ୍ୟମାନଙ୍କ ସମ୍ମୁଖରେ ସାମ୍ୟଭାବ ପ୍ରଦର୍ଶନ କଲେ ଉପକାର ମିଳିବ। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button