ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଚନ୍ଦ୍ର ଦେବଗୁରୁଙ୍କ ନକ୍ଷତ୍ରସ୍ଥ ହୋଇ ରବି ଓ ବୁଧଙ୍କ ସହ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ସମସ୍ୟା ମଧ୍ୟରେ ସମ୍ପାଦିତ ହେବ । କାର୍ଯ୍ୟକ୍ଷେତ୍ରରେ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବେ । ବ୍ୟବସାୟ , ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ । ବାଧକ ସ୍ଥାନରେ ରାଶ୍ୟାଧିପତି ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି।

ବୃଷ : ଧନାଧିପ ମିତ୍ର ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସାମାନ୍ୟ ବିଳମ୍ବରେ ଇପ୍ସିତ ଜିନିଷ ପାଇବେ । ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।

ମିଥୁନ : ଭ୍ରାତୃକାରକ ମଙ୍ଗଳ କର୍ମଭାବସ୍ଥ ହେତୁ ଆର୍ଥିକ ଉନ୍ନତି ଓ କାମରେ ଭାଇ,ବନ୍ଧୁ,ପଡୋଶୀଙ୍କ ସହାୟତା ପାଇବେ । ରୋଗସ୍ଥାନରେ ବୁଧ ଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଆଲୋଚନା ସମୟରେ ବନ୍ଧୁମାନଙ୍କର କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ସଭାସମିତିରେ ନିଷ୍ପତ୍ତି ବଦଳାଇବା ପାଇଁ ଅନ୍ୟମାନଙ୍କ ସାହାଯ୍ୟ ନେଇପାରନ୍ତି।

କର୍କଟ : ପରିବାରାଧିପତି ଶୁକ୍ର ପାପଗ୍ରହ ରାହୁଙ୍କ ନକ୍ଷତ୍ରସ୍ଥ ହେତୁ ପାରିବାରିକ ଅସ୍ଥିରତା ମାନସିକ ଅବସାଦର କାରଣ ହୋଇପାରେ । ଅର୍ଥ ସଂକଟ ହେତୁ ବ୍ୟବସାୟ ,ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହେବାର ସୂଚନା ରହିଛି । ଭାବପ୍ରବଣତା ଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।

ସିଂହ : ରବି ଚତୁର୍ଥଭାବରେ ବୁଧଙ୍କ ନକ୍ଷତ୍ରସ୍ଥ ହୋଇ ସଙ୍ଗରେ ରହିଥିବାରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡିପାରେ । କଠିନ ପରିଶ୍ରମ କିମ୍ବା ବିଶେଷ ଭ୍ରମଣ ଜନିତ କ୍ଳାନ୍ତିବୋଧ କରିବେ । ବିଭିନ୍ନ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା,ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କହି ଚକ୍ଷୁଶୂଳ ହୋଇପାରନ୍ତି।

କନ୍ୟା : ଶନି ଚତୁର୍ଥ ସ୍ଥାନରେ ମିତ୍ର ଶୁକ୍ରଙ୍କ ନକ୍ଷତ୍ରସ୍ଥ ହେତୁ କୌଣସି ଭଦ୍ର ମହିଳାଙ୍କ ସାହାଯ୍ୟ ଆପଣଙ୍କ କାମକୁ ଆସିପାରେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ମାଲିମକଦ୍ଦମା, ତର୍କବିତର୍କ, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।

ତୁଳା: କର୍ମସ୍ଥାନରେ ବଳବାନ୍‌ ରାହୁ ଅବସ୍ଥାନ କରି ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ଯୋଗୁ କାମ ସକାଶେ ବିରୋଧ ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ । କୌଣସି ବନ୍ଧୁଙ୍କ ଉପରେ ସାଧାରଣ କଥାରେ ରାଗି ବିଭିନ୍ନ ପ୍ରକାର କଥାକହିବା କାରଣରୁ ବିବାଦ ବଢ଼ିପାରେ । ଭଲ ସମ୍ପର୍କ ଥିବା ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଏକପ୍ରକାର ଆଶ୍ୱସ୍ତିଲାଭ କରିବେ ।

ବିଛା : ଚତୁର୍ଥଚନ୍ଦ୍ର ପ୍ରଭାବରୁ ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । କିନ୍ତୁ ଅନୁରାଧା ନକ୍ଷତ୍ର ସକାଶେ ସହକର୍ମୀଙ୍କ ବଦାନ୍ୟତାରୁ ଅପରାହ୍ନେ ଅର୍ଥ ଓ ସମ୍ମାନ ପାଇ ମନ ଖୁସି ହୋଇଯିବ । କଳା, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଂଗଠନ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ ।

ଧନୁ : କେତୁଗ୍ରହ ଶତ୍ରୁ ସମ୍ପର୍କ ରହିଥିବା ରବିଙ୍କ ନକ୍ଷତ୍ରରେ ଆପଣଙ୍କୁ ଲକ୍ଷ୍ୟଭ୍ରଷ୍ଟ କରାଇ ବାଟବଣା କରିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ କୌଣସି ଖବର ପାଇ ନିଜକୁ ପ୍ରସ୍ତୁତ ରଖିବା ସକାଶେ ଚେଷ୍ଟା କରିପାରନ୍ତି। ପଦସ୍ଥବ୍ୟକ୍ତିଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୁଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବା ସକାଶେ ଆପ୍ରାଣ ଉଦ୍ୟମ ଚଳାଇପାରନ୍ତି।

ମକର : ମୁଖଭାବରେ ଚନ୍ଦ୍ର ଯୋଗକାରକ ମଙ୍ଗଳଙ୍କ ସହ ଆପଣଙ୍କୁ ଅର୍ଥ,ମିତ୍ରତା,ମିଷ୍ଟାନ୍ନ ଭୋଜନାଦି ପ୍ରଦାନ କରି ଆପ୍ୟାୟିତ କରିପାରନ୍ତି । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ କୌଣସି ବନ୍ଧୁ କିମ୍ବା ବାନ୍ଧବୀଙ୍କ ସହ ପ୍ରୀତିପ୍ରଦ ଆଲୋଚନା କରିବେ । ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡୋଶୀ ଲଘୁକ୍ରୋଧ ପ୍ରକାଶ କରିପାରନ୍ତି।

କୁମ୍ଭ : ଆଜିର ଗ୍ରହଯୋଗ ନିଜ ଲୋକମାନଙ୍କ ସହ କଳହ ଓ ମନାନ୍ତର କାରଣ ବନିଯିବ । ଶତଭିଷା ନକ୍ଷତ୍ର କିନ୍ତୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରି ସଫଳତା ଅବଶ୍ୟ ପାଇବେ। ଆର୍ଥିକ ଉନ୍ନତି ଘଟିବ ଯଦିଓ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ, ପରିବହନରୁ ବହୁତ ଲାଭ ପାଇପାରନ୍ତି।

ମୀନ : ରାଶିପ୍ରତି ଦେବଗୁରୁ ଓ ରାହୁଙ୍କ ନବମ ଦୃଷ୍ଟି କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି । ଅବଶ୍ୟ ରେବତୀ ନକ୍ଷତ୍ର ସକାଶେ ଆମତ୍ୀୟମାନଙ୍କ ସହଯୋଗରୁ ପ୍ରାପ୍ୟ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ସଭାସମିତିରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button