May 1, 2024

ଆଜିର ରାଶିଫଳ

1 min read

ମେଷ: ନିଜେ ନିଜକୁ ଶାନ୍ତ୍ୱନା ଦେବେ। କାର୍ଯ୍ୟରେ ବାଧା ଉପୁଜି ପାରେ। କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ମଧୁର କଥାରେ ପରିସ୍ଥିତିକୁ ସମ୍ଭାଳି ନେବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ବୁଦ୍ଧିମାନ ହେବେ।

ବୃଷ: ପାନମଧୁରୀ ଖାଇ ଯାତ୍ରା କଲେ ସଫଳତା ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ।

ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ବଂଶ ମର୍ଯ୍ୟାଦା ବଢ଼ାଇବାରେ ସକ୍ଷମ ହେବେ। ମନରେ ପ୍ରସନ୍ନତା ଦେଖାଦେବ। ନୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ଶ୍ରଦ୍ଧା ରହିବ।

କର୍କଟ: ଆଳସ୍ୟ ପରୟଣ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ଭାଗ୍ୟଶାଳୀ ହେବେ। ସମୃଦ୍ଧିର ମୂଳଦୁଆ ପଡ଼ିବ। ସୁଖୀ ଜୀବନ ଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୱାନ ହେବେ।

ସିଂହ: ପାରିବାରିକ କ୍ଷେତ୍ରରେ ଶାନ୍ତି ଅନୁଭବ କରିପାରନ୍ତି। ଶାରୀରିକ ପୀଡ଼ା ଦେଖା ଦେଇପାରେ। ଭାଗ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

କନ୍ୟା: ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ବନ୍ଧୁ ମିଳନ ଆପଣଙ୍କ ପାଇଁ ଉପାଦେୟ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।

ତୁଳା: ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳବାନ୍‍ ହେବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବେ।

ବିଛା: ସହଯୋଗ ନ ମିଳିଲେ ବି ନିଜ କାର୍ଯ୍ୟ ନିଜେ କରିବାକୁ ସକ୍ଷମ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ଧନୁ: ଉନ୍ନତିକର ଯୋଜନା କାର୍ଯ୍ୟକାରି କରିବାକୁ ମାର୍ଗ ଉନ୍ମୁକ୍ତ ରହିଛି। ଉଦାର ସ୍ୱଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। କୃଷିକର୍ମକୁ ତ୍ୱରାନ୍ୱିତ କରିବେ। ବୁଦ୍ଧିମାନ ହେବେ।

ମକର: ମନରେ ଉଦ୍‍ବେଗ ଜାତ ହୋଇପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ସ୍ନେହପୂର୍ଣ୍ଣ ବାକ୍ୟାଳାପରେ ଅନ୍ୟମାନଙ୍କୁ ନିଜର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସାହସୀ ହେବେ।

କୁମ୍ଭ: ପରମ ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ। ସୁଖୀ ହେବେ।

ମୀନ: ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ମନ ବଳାଇବେ। ରଣ କୁଶଳୀ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.