Uncategorized

ଆଜିର ରାଶିଫଳ

ମେଷ : ଆଜିର ଚନ୍ଦ୍ର ପୂର୍ବାଷାଢା ନକ୍ଷତ୍ରରେ ରହି ସୁସ୍ଥ ମନରେ କାମ କରିବାର ଉତ୍ସାହ ପ୍ରଦାନ କରିବେ। ପୂର୍ବରୁ ରହିଥିବା ସ୍ଵାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ମାନସିକ ସ୍ତରରେ ଆଶ୍ୱସ୍ଥି ଲାଭ କରିବେ। ଜଳ, ତୈଳ ବ୍ୟବସାୟ ଓ ତେଜରାତି ଦୋକାନରୁ ଲାଭବାନ ହେବେ। ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା ସଙ୍ଗକୁ ବିଳାସ ବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବାର ସୂଚନା ରହିଛି ।

ବୃଷ : ପରିବାରାଧିପତି ରବି ଧନାଧିପ ବୁଧଙ୍କ ନକ୍ଷତ୍ରସ୍ଥ ଯୋଗୁ ବନ୍ଧୁଙ୍କ ସହ ଆଳାପ ଆଲୋଚନା ଭଲ ଜମିବ। ତୃତୀୟରେ ରାହୁଥିବାରୁ ପାଖ ପଡୋଶୀଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ, ପରିବହନ, ସରକାରୀ କାମ, ପଦସ୍ଥବ୍ୟକ୍ତିଙ୍କୁ ସାକ୍ଷାତ କରିବା ପାଇଁ ମନ୍ଦ ହେବନି।

ମିଥୁନ : ଲାଭାଧିପ ମଙ୍ଗଳ ପୂର୍ବଭାଦ୍ରପଦ୍‌ ନକ୍ଷତ୍ରରେ ରହି ଭାଗ୍ୟସ୍ଥ ହେତୁ ଆଜି ଯେଉଁ କାମରେ ହାତ ଦେବେ ସଫଳତା ଅବଶ୍ୟମ୍ଭାବୀ । ତଥାପି ଅର୍ଥଭାବରେ ରାହୁ ହେତୁ ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ ଯାହାକି ଦୁଃଶ୍ଚିନ୍ତାର କାରଣ ହୋଇଯିବ। ବ୍ୟବସାୟର ଉନ୍ନତିକରଣ ସକାଶେ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।

କର୍କଟ : ବ୍ୟୟଭାବାଧିପ ବୁଧ ମିତ୍ର ଶନିଙ୍କ ନକ୍ଷତ୍ରରେ ପୃଷ୍ଠଭାଗରେ ରହି ଖର୍ଚ୍ଚର ଦିଗ ସକାଶେ ପ୍ରୋସତ୍ାହନ ଦେଇପାରନ୍ତି। ଫଳତଃ ଅନାବଶ୍ୟକ ଖର୍ଚ୍ଚ ସଙ୍ଗକୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାର୍ଯ୍ୟହିଁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ କରାଇପାରେ। ସାମାଜିକ ସ୍ତରରେ କିମ୍ବା ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୁଧୁରି ଯିବାର ସୂଚନା ରହିଛି ।

ସିଂହ : ଦୁଃସ୍ଥାନାଧିପ ବୃହସ୍ପତି ସପ୍ତମ ଅଷ୍ଟମାଧିପ ଶନିଙ୍କ ନକ୍ଷତ୍ରରେ ଅବସ୍ଥାନ କରି ଆପଣଙ୍କୁ ଗୋଲକ ଧନ୍ଦାରେ ପକାଇ ଦିଗହରା କରାଇପାରନ୍ତି। ପିଲାଙ୍କ ପାଠପଢା, ତଥା ଅର୍ଥାଭାବ ହେତୁ ଧାର କରଜ ଜନିତ ବିବ୍ରତ ରହିବାର ସୂଚନାକୁ ଏଡାଇ ଦିଆଯାଇନପାରେ। ପୂର୍ବାଫାଲଗୁନୀ ଆମତ୍ବଳ ପ୍ରଭାବରୁ ଧୀରେ ସୁସ୍ଥେ କାମ କରପାରିବେ।

କନ୍ୟା : ସନ୍ତାନ ଓ ବାଣିଜ୍ୟାଧିପତି ଶନି ଷଷ୍ଠଭାବରେ ମିତ୍ର ଶୁକ୍ରଙ୍କ ପୂର୍ବାଷାଢା ନକ୍ଷତ୍ରସ୍ଥ ଯୋଗୁ ନୈରାଶ୍ୟ ମଧ୍ୟରେ ଅସନ୍ତୁଷ୍ଟ ରହିପାରନ୍ତି। ଈର୍ଷା ଓ ଶତ୍ରୁ ମନୋଭାବ ପୋଷଣ କରୁଥିବା ବ୍ୟକ୍ତିବିଶେଷ ନିଆଁରେ ଘିଅ ଢାଳିଲା ଭଳି ପରିସ୍ଥିତି ସୃଷ୍ଟି କରିବାର ସୂଚନା ରହିଛି । ଚିତ୍ରାନକ୍ଷତ୍ର ସକାଶେ ଶୁଭଫଳ ଆଶା କରାଯାଇପାରେ ।

ତୁଳା : କର୍ମସ୍ଥାନରେ ରାହୁ ବୃହସ୍ପତିଙ୍କ ପୁନର୍ବସୁ ନକ୍ଷତ୍ରରେ ରହି ବିଚାରଧାରାକୁ କପଟତା କିମ୍ବା କଳୁଷିତ କରିପାରନ୍ତି। ଏଣେ ଅଧିକାଂଶ ସମୟ ସନ୍ତାନଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ବ୍ୟସ୍ତତା ବଢିଯାଇପାରେ । ମନ ଭଲ ରହିବ ନାହିଁ । ଭଲକାମ କରି ମଧ୍ୟ ପରିବାର କିମ୍ବା ସାମଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।

ବିଛା : ଭାଗ୍ୟାଧିପ ଚନ୍ଦ୍ର ନିଜ ଭାବରୁ ଷଷ୍ଠସ୍ଥ ହୋଇ ଶୁକ୍ରଙ୍କ ନକ୍ଷତ୍ରରେ ଥିବା କାରଣରୁ ବୃଥାଟନ ଓ ଖର୍ଚ୍ଚାନ୍ତ ଜନିତ ବିରସ ମନରେ ରହିବେ । ଏଣେ ପରିବାରରେ ମଧ୍ୟ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବା କାରଣରୁ ଚିନ୍ତିତ ରହିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବନ୍ଧୁଙ୍କ କଥାର ପ୍ରତିବାଦ କରି ଟେନ୍ସନ୍‌ନକୁ ନିମନ୍ତ୍ରଣ କରିବେ ।

ଧନୁ : ଧନସ୍ଥାନରେ କେତୁ ବ୍ୟୟାଧିପଙ୍କ ନକ୍ଷତ୍ରସ୍ଥ ଯୋଗୁ ଖର୍ଚ୍ଚାନ୍ତ ହୋଇ ମଧ୍ୟ କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ । ଦେଗୁରୁଙ୍କ ଦିବ୍ୟଦୃଷ୍ଟିର ପ୍ରଭାବରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ବ୍ୟବସାୟ, କ୍ରୀଡା, ସଙ୍ଗୀତାଦି ପ୍ରତିଯୋଗିତାରେ ସଫଳତା ହାସଲ କରିବେ । ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବା କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।

ମକର : ବିଭିନ୍ନ ପ୍ରକାରର ଦୁର୍ଭାବନାରେ ମନ ବିଚଳିତ ରହିବା ହେତୁ କୈାଣସି କାମ ଶୃଙ୍ଖଳିତ ହେବନାହିଁ । ଅବଶ୍ୟ ପାରିବାରିକ ସ୍ତରରେ ଅଟକି ରହିଥିବା କାମଗୁଡିକ ବନ୍ଧୁ ସୁବିଧାରେ କରାଇ ଦେଇ ପାରନ୍ତି। ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ କିନ୍ତୁ ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।

କୁମ୍ଭ : ଶନି ସହ ଚନ୍ଦ୍ରଙ୍କ ସଂଯୋଗ ଜନିତ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ । ଥଣା ଓ କାଶ ହେତୁ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ ଓ ସରକାରୀ ସହାୟତା ପାଇପାରନ୍ତି। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।

ମୀନ : ସାମାନ୍ୟ କଥାକୁ କେନ୍ଦ୍ରକରି ତର୍କବିତର୍କ କାରଣରୁ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ସାମୟିକ ମନ ଖୁସୀ ରହିବ। ପରିବାର ସଦସ୍ୟଙ୍କ ସହିତ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button