ରାଶିଫଳ

ଆଜିର ରାଶିଫଳ

ମେଷ : ଏକାଦଶ ସ୍ଥାନରେ ମଙ୍ଗଳ ଭାଗ୍ୟାଧିପଙ୍କ ନକ୍ଷତ୍ରସ୍ଥ ଯୋଗୁ ଯାହା ଇଚ୍ଛା କରୁଛନ୍ତି ତାହା ନିଶ୍ଚିତ ପ୍ରାପ୍ତ ହେବ । ପରିବାରର ଆବଶ୍ୟକତାକୁ ଅନୁଭବ କରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୁରି ସଦିଚ୍ଛା ମିଳିବ।

ବୃଷ : ରାଶି ପ୍ରତି ତିନୋଟି ଗ୍ରହଙ୍କ ପୂର୍ଣ୍ଣଦୃଷ୍ଟି ଅର୍ଥ,ସମ୍ମାନ, ଯାନବାହନାଦି ପାଇବାର ସୁଯୋଗ ଜୁଟିପାରେ । ଆଲୋଚନା ପରିସରରେ କିମ୍ବା ପ୍ରଶାସନିକ ସ୍ତରରେ ବୁଧଙ୍କ ପ୍ରଭାବରୁ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହୋଇପାରିବେ। କିନ୍ତୁ କେତେକ କ୍ଷେତ୍ରରେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି।

ମିଥୁନ : ଧନସ୍ଥାନରେ ରାହୁ ଓ ଧନାଧିପ ଚନ୍ଦ୍ର ଅର୍ଥନୈତିକ ଅବରୋଧ ଓ ସମସ୍ୟାର କାରଣ ହୋଇପାରନ୍ତି। ଫଳରେ ନୀଚଜାତିର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଶତ୍ରୁତା କିମ୍ବା ପ୍ରତିବନ୍ଧକର ସମ୍ମୁଖୀନ ହେବେ। ସାମାଜିକ ସ୍ତରରେ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ସାଙ୍ଗକୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।

କର୍କଟ : ଏକାଧିକ ଗ୍ରହ କୋଣଭାବକୁ ପ୍ରଭାବିତ କରୁଥିବାରୁ ଆପଣଙ୍କ ବିଚାରଧାରା ମୁହୁର୍ମୁହୁ ବଦଳିଯିବା ସୂଚନା ରହିଛି। ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ମଧ୍ୟ ହେବେ। ପୂର୍ବ ସ୍ଥିରୀକୃତ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ସମସ୍ୟା ଛାଡ଼ିବ ନାହିଁ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

ସିଂହ : ରବି ଙ୍କ ଦୁ ର୍ବ ଳତା ଦୈହିକ ଦୁ ର୍ବ ଳତା ସାଙ୍ଗକୁ ଉପରିସ୍ଥ କର୍ମଚାରୀଙ୍କ ଦୋଷାରୋପ ମାନସିକ ଅସ୍ଥିରତା ସୃଷ୍ଟି କରିବ। ଅବଶ୍ୟ ଉଚ୍ଚସ୍ଥ ମଙ୍ଗଳଜନିତ ପାରିବାରିକ କ୍ଷେତ୍ରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ । ଆବଶ୍ୟକ ମନେକରୁଥିବା ଜିନିଷ ସମୂହକୁ କିଣିପାରିବେ ।

କନ୍ୟା : ଚତୁର୍ଥସ୍ଥ ଶନି ହେତୁ ମାତୃପୀଡ଼ା ସାଙ୍ଗକୁ ପାରିପାର୍ଶ୍ୱି କ ସ୍ଥିତିର ବିଷମତା ମାନସିକ ସ୍ଥିତିକୁ ବିପନ୍ନ କରିପାରେ। ବନ୍ଧୁଙ୍କ ସହାୟତାରେ ଆର୍ଥିକ ସମସ୍ୟା ସୁଧାରି ନେବେ ଏବଂ କର୍ମକ୍ଷେତ୍ର ସ୍ବାଭାବି କ ରହିବ। ପାରିବାରିକ ପ୍ରତିକୂଳ ପରିସ୍ଥିତି ସହ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବା ଅନୁଭବ କରିବେ । ନି କଟ ସମ୍ପର୍କୀୟମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।

ତୁଳା : ସ୍ବଗୃହୀ ଶୁକ୍ର ଆପଣଙ୍କୁ ଆରୋଗ୍ୟ, ବୈଷୟିକ ସୁଖସମ୍ପଦ ଓ ପ୍ରୀତିପ୍ରଦ ଜୀବନଯାତ୍ରା ପ୍ରଦାନ କରିବ। ଭଲ ସମ୍ପର୍କ ନ ଥିବା ସହକର୍ମୀମାନଙ୍କ ଦ୍ୱନ୍ଦ୍ୱଯୁକ୍ତ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ଅନୁତାପ କରିପାରନ୍ତି।

ବିଛା : ଆପଣଙ୍କ ସହଯୋଗୀ ମନୋବୃ ତ୍ତି ଓ ଗଠନମୂଳକ ଚିନ୍ତାଧାରା ସାମାଜିକ ସମ୍ମାନ ପାଇବାରେ ସାହାଯ୍ୟ କରିବ। ଶନିଙ୍କ ପ୍ରଭାବରେ ପରୋକ୍ଷଭାବରେ ନିଜ ପରିସରର ବ୍ୟକ୍ତିବିଶେଷ ଆପଣଙ୍କ କୁସତ୍ାରଟନା କରିପାରନ୍ତି। କୌଣସି କାର୍ଯ୍ୟ ସ୍ଥଗିତ ନ ରହିଲେ ମଧ୍ୟ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ହେବନି । ଆଜିର ଯାତ୍ରା ସମୟରେ ବ୍ୟସ୍ତତା ବୃଦ୍ଧି ପାଇବ ।

ଧନୁ : କର୍ମକ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ମତକୁ ଉପେକ୍ଷା କରିବା ଠିକ୍‌ ନ ହୋଇପାରେ । ଉପରିସ୍ଥଙ୍କ ସହ ସୁସମ୍ପର୍କ ଥିବାରୁ ଖଳ ଲୋକମାନଙ୍କ ପ୍ରାୟୋଜିତ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ଓ କଳା,ସାହିତ୍ୟ,ସାମ୍ବାଦିକତାରେ ପ୍ରଶଂସିତ ହେବେ।

ମକର : ଦୀର୍ଘଦିନରୁ ଅଟକି ରହିଯାଇଥିବା ଅଭିଳାଷଟି ଆକସ୍ମିକ ପୂରଣହେବା କାରଣରୁ ଅହେତୁକ ଆନନ୍ଦ ଅନୁଭବ କରିବେ । ପାରିବାରିକ ସ୍ଥିତି କେତେକାଂଶରେ ଶାନ୍ତ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ଆଦରଣୀୟ ହେବେ । ଜମିଜମା ବିବାଦ କ୍ରମଶଃ ଜଟିଳ ଆକାର ଧାରଣ କରିବା ସୂଚନା ରହିଛି । କର୍ମକ୍ଷେତ୍ରରେ ନିଜର ସୀମା ଭିତରେ ଜଗି ରଖି ଚଳିବା ଭଲହେବ ।

କୁମ୍ଭ : ସାମାନ୍ୟ ଥଣ୍ଡା ଲାଗି ରହିବା ହେତୁ ସ୍ବାସ୍ଥ୍ୟ ମଧ୍ୟ ବିଗିଡ଼ିଯାଇପାରେ। ପାରିବାରିକ କ୍ଷେତ୍ରରେ ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିପାରନ୍ତି । ବ୍ୟବସାୟିକ ସ୍ଥିତି ପୂର୍ବାପେକ୍ଷା ବହୁତ ଭଲ ରହିବା ହେତୁ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଶତ୍ରୁତା, ଋଣ ପରିଶୋଧ, ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଆଗକୁ ରହିଥିବା କାମ ସକାଶେ ଚିନ୍ତା କରିବାକୁ ପଡ଼ିପାରେ।

ମୀନ : ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ସ୍ଥିରତା କେତେକାଂଶରେ ଆପଣଙ୍କ କାମକୁ ଶୃଙ୍ଖଳିତ କରିବ। କଳା, ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିପାରେ। କାମ ହାସଲ ସକାଶେ ନୀତି ବହିର୍ଭୂତ କାମ କରି ସମାଲୋଚିତ ହୋଇପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button