ରାଶିଫଳ

ଆଜିର ରାଶିଫଳ

ମେଷ : ଅଷ୍ଟମଭାବସ୍ଥ ଚାରୋଟି ଗ୍ରହ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ କରାଇପାରେ। ଅବଶ୍ୟ ଅଭାବ ରହିବ ନାହିଁ କିନ୍ତୁ ଆଶଙ୍କା କରି ମନ ଅସ୍ଥିର ରହିବ। ସାମାନ୍ୟ ବିଳମ୍ବିତ ସମୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିପାରନ୍ତି।

ବୃଷ : ଚତୁର୍ଥାଧିପ ରବି କେନ୍ଦ୍ରଭାବରେ ରହି ଆପଣଙ୍କୁ ଘରର ଅଭାବ ଅସୁବିଧା ସୁଧାରିବାର ମାନସିକତା ପ୍ରଦାନ କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ। କିନ୍ତୁ ଏହାସଙ୍ଗକୁ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ।

ମିଥୁନ : କର୍ମକ୍ଷେତ୍ରରେ ଚେଷ୍ଟାସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ ା ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।

କର୍କଟ : ରାହୁଙ୍କ ପ୍ରଭାବରେ ପ୍ରତ୍ୟେକ ପରିସ୍ଥିତିରେ ଦୃଢ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ ା ବଳବାନ୍‌ ଶନିଙ୍କ ପ୍ରଭାବରୁ ଗଣତାନ୍ତ୍ରିକ ପ୍ରକ୍ରିୟା ଅଥବା ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବେନି। ଆଜିର ଯାତ୍ରା, ବାଣିଜ୍ୟ, ଆନୁଷ୍ଠାନିକ କାମ ସକାଶେ ଦିନଟି ବହୁତ ଭଲ ରହିବ ା

ସିଂହ : ଆଜିର କର୍ମକ୍ଷେତ୍ରରେ କିମ୍ବା ପାରିବାରିକ ସ୍ତରରେ ମଧ୍ୟ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିବାର ସୂଚନା ରହିଛି। ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ଆଶଙ୍କା ରହିଛି।

କନ୍ୟା : ଆଜି ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଆଲୋଚନା ପରିସରରେ ଯଥାସଂଭବ କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିପାରିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। କାମରେ ବିଫଳତା ଦେଖି ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପହସିତ ହେବାକୁ ପଡିପାରେ।

ତୁଳା : କର୍ମ କ୍ଷେତ୍ରରେ ହେଉ ଯାହା ଓ ଯେମିତି କଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପିଲାମାନଙ୍କ କଳହକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଯାତ୍ରା, ବାଣିଜ୍ୟ, ସଭାସମିତି, ପ୍ରଶାସନ ତଥା ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ।

ବିଛା : ଦୀର୍ଘଦିନରୁ ରହିଥିବା ଅବସୋସ ଆଜି ପରିପୂର୍ଣ୍ଣତା ଲାଭ କରିବାରୁ ଏକପ୍ରକାର ଖୁସୀ ଅନୁଭବ କରିବେ। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ନୂତନ ସମ୍ପର୍କ ସ୍ଥାପିତ ହେବା ସଙ୍ଗକୁ ପରିବାର ସହ ଆଜିର ଭ୍ରମଣ ବେଶ୍‌ ଆନନ୍ଦ ଦାୟକ ହେବ।

ଧନୁ : ଆର୍ଥିକ ଦୁଃସ୍ଥିତି ମାନସିକ ସ୍ତରକୁ ସଂକୁଚିତ କରି ରଖିବା ସଙ୍ଗକୁ କାର୍ଯ୍ୟରେ ଅଗ୍ରଗତିକୁ ରୋକି ଦେଇପାରେ। ସବୁ କାମରେ ପଛୁଆ ହେତୁ ମାନେ ନିଜକୁ ଅପାରଗ ମନେ କରିପାରନ୍ତି। ଯେତେ ପାଇଲେ ମଧ୍ୟ ମନରେ ସନ୍ତୋଷ ଆସିବ ନାହିଁ । ଘର ସାଜସଜ୍ଜାରେ ସମୟ ଅତିବାହିତ କରିବେ ଏବଂ ଅପରାହ୍ନରେ ଶୁଭ ଖବର ପାଇ ଖୁସୀ ହେବେ।

ମକର : ପାରିବାରିକ ସମସ୍ୟା ସମାଧାନରେ ସମ୍ପର୍କୀୟା ମହିଳାଙ୍କ ଦ୍ୱାରା କାମ ହାସଲ କରାଇନେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବା ସଙ୍ଗକୁ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ରୋଗ, ଋଣ ଓ ଶତ୍ରୁପୀଡା ଜନିତ ଟେନ୍ସନ ଲାଗି ରହିବାର ସୂଚନା ରହିଛି।

କୁମ୍ଭ : ପାରିବାରିକ କ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବନ୍ଧୁଙ୍କ ସମ୍ପର୍କରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଆଲୋଚନା ପରିସରରେ କିମ୍ବା ସଭାସମିତିରେ ଯୁକ୍ତି ତର୍କ କରି ପରିସ୍ଥିତିକୁ ଜଟିଳ କରିପାରନ୍ତି।

ମୀନ : ଆଜି ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପାଇବା କାରଣରୁ କାର୍ଯ୍ୟ ହାସଲ କରି ମାନସିକ ସ୍ଥିତି ଆଜି ପ୍ରାୟତଃ ଭଲ ରହିବ ା ଶିଳ୍ପ ,ବାଣିଜ୍ୟ,ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡିପାରେ ା ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ଚିନ୍ତିତ ରହିପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button