Uncategorized

ଆଜିର ରାଶିଫଳ

ମେଷ : ଆଜିର ଚନ୍ଦ୍ର ଧନ ସପ୍ତମାଧିପ ଶୁକ୍ରଙ୍କ ସାନ୍ନିଧ୍ୟରେ ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧି ଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। କର୍ମସ୍ଥାନରେ କେତୁଙ୍କ କୁପ୍ରଭାବରେ ଆଜିହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବାଣିଜ୍ୟ, ବ୍ୟବସାୟ, ବନ୍ଧୁଙ୍କ ଆଲୋଚନା ପ୍ରଭୃତି କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।

ବୃଷ : ସ୍ଵଗୃହୀ ଶୁକ୍ର ପ୍ରଭାବରୁ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ଥିତି ମଧ୍ୟ କେତେକାଂଶରେ ଭଲ ରହିବ। ଶୁକ୍ର ଯୁକ୍ତ ଚନ୍ଦ୍ର ହେତୁ ବିନୟ ପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମିଳନ ମାଧ୍ୟମରେ ଦିନଟି ଅତିବାହିତ କରିବେ। ତଥାପି ମତାନ୍ତର ଜନିତ କର୍ମ ଓ ପାରିବାରିକ କ୍ଷେତ୍ରରେ ସାମାନ୍ୟ ଆଶା ଉପୁଜିପାରେ।

ମିଥୁନ : କର୍ମାଧିପ ପାପଗ୍ରହ ମଧ୍ୟ ଯୋଗୁ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ। ଅନ୍ୟଥା ଆପଣହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇ ପଡିବେ। ଆଗାମୀ ମାଙ୍ଗଳିକ କିମ୍ବା ଆନୁଷ୍ଟାନିକ କାମ ସକାଶେ ତପତ୍ରତା ବଢିପାରେ। କଚେରି ମାମଲା କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି ଦୂରେଇଯିବ।

କର୍କଟ : କେନ୍ଦ୍ର ଓ କୋଣଭାବସ୍ଥ ଗ୍ରହମାନେ ଆପଣଙ୍କୁ ଉଚ୍ଚ ସମ୍ମାନ, ଭ୍ରମଣ ସୁଖ, ବନ୍ଧୁଙ୍କ ଆତିଥ୍ୟ ପ୍ରଦାନ କରି ଆପ୍ୟାୟିତ କରିବେ। ଅତି ନିକଟରେ ରହୁଥିବା ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାନ କରିବେ। କ୍ରୀଡା, କଳା, ସାହିତ୍ୟ, ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବିବାଦୀୟ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ନୀରବ ରହିବାକୁ ବାଧ୍ୟ ହେବେ।

ସିଂହ : କର୍ମସ୍ଥାନ ପ୍ରତି ତିନୋଟିଗ୍ରହଙ୍କ ପ୍ରତ୍ୟକ୍ଷଦୃଷ୍ଟି ଏକାଧାରରେ ଅର୍ଥ,ସମ୍ମାନ ଓ ନୂତନ ସମ୍ପର୍କ ସୃଷ୍ଟି କରିବ। ଅତୀତ ଘଟଣା ଗୁଡିକର ସମୀକ୍ଷା କରି ଭାବବିହ୍ଵଳ ହେବା ସଙ୍ଗକୁ ପ୍ରକୃତ ଉଦ୍ଦେଶ୍ୟକୁ ଉପସ୍ଥାପିତ କରିପାରିବେ ନାହିଁ। ଶିକ୍ଷା,ପରୀକ୍ଷା,ସାକ୍ଷାତକାର,ସାହିତ୍ୟ ସାଧନା, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା : ରାଶ୍ୟାଧିପ ବୁଧ ଦେବଗୁରୁଙ୍କ ସଙ୍ଗଲାଭ ଜନିତ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଖୁସୀ ରହିବେ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। କ୍ରୀଡା, କଳା, ସଙ୍ଗୀତ, ଚଳଚ୍ଚିତ୍ର ପାଇଁ ଦିନଟି ଭଲ। ପଡୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଇ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି।

ତୁଳା : ଗୁରୁ କ୍ଷେତ୍ରସ୍ଥ ଶନି ହେତୁ ପାରିବାରିିକ ସଦ୍ଭାବ ଅକ୍ଷୁର୍ଣ୍ଣ ରହିବ ମାତ୍ର ନିଜକୁ ଟିକିଏ ନରମି କହିବାକୁ ପଡିପାରେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କ କାମରେ ସହଯୋଗ ମଧ୍ୟ କରିବେ। ନିର୍ମାଣ କିମ୍ବା କୈାଣସି ଗୁରୁତ୍ୱପୂର୍ଣ୍ଣ କାମରେ ଟଙ୍କା, ପଇସାର ଘୋର ଅଭାବ ପରିଲକ୍ଷିତ ହୋଇପାରେ ।

ବିଛା : କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର କଲ୍ୟାଣକାରକ ହେତୁ ଯାତ୍ରା ଫଳପ୍ରଦ ହେବ। କିନ୍ତୁ ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେ ହିଁ ପ୍ରତି ବନ୍ଧକ ସୃଷ୍ଟି କରିପାରନ୍ତି। ଅଫିସ୍‌ ରେ ଥିବା ସମୟରେ ବନ୍ଧୁ ମାନଙ୍କ ବିଷେରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଘରୋଇ ସମସ୍ୟା ଆଲୋଚନା ପ୍ରସଙ୍ଗରେ ପର କଥାରେ ପଡି ଘର ଲୋକ ମାନଙ୍କୁ ଭୁଲ୍‌ ବୁଝି ପାରନ୍ତି।

ଧନୁ : ଭାଗ୍ୟାଧିପତି ରବିଙ୍କ ସହ ଦେବଗୁରୁ ଦ୍ୱାଦଶ ଯୋଗୁଁ ବନ୍ଧୁ ମାନଙ୍କ ଆହ୍ଵାନକ୍ରମେ କୈାଣସି ଶୁଭକାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି। ରାଜନୀତି, ପ୍ରକାଶନ, ପ୍ରଶାସନ. ଗବେଷଣା,ଓ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ସମୟ ଦେଇପାରନ୍ତି। ସାହିତ୍ୟ, ଗବେଷଣା, ସଭା ସମିତିରେ ସୁନାମ ଅର୍ଜନ କରିବେ। ଅର୍ଥ ସମ୍ପର୍କ ଓ ପାରିବାରିକ କ୍ଷେତ୍ର ପୂର୍ବବତ୍‌ ଅକ୍ଷୁଣ୍ଣ ରହିବ।

ମକର : କେତୁ ଓ ମଙ୍ଗଳଙ୍କ ସ୍ଥାନ ସ୍ଥିତି ପ୍ରଭାବରେ ଆପଣଙ୍କ କଥା ଓ କାମର ତାଳମେଳ ରହିନପାରେ। ପ୍ରତ୍ୟେକ କ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବ୍ୟବସାୟ ଓ ପରିବହନରେ ଝଗଡା ଲାଗିପାରେ ମାତ୍ର ସଭାସମିତି, ଆଲୋଚନାରୁ ଶୁଭଫଳ ପାଇବେ।

କୁମ୍ଭ : ପାରିବାରିକ ସମସ୍ୟାରେ ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ନିଷ୍ପତି ନେବାରେ ବହୁତ ସମୟ ଲାଗିପାରେ। ଯାତ୍ରା ସମୟରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ। ଅନ୍ୟଥା ପରେ ଅନୁତାପ କରିବାକୁ ପଡିବ। ବ୍ୟବସାୟ,ସଭାସମିତି, ନୂତନ କର୍ମାରମ୍ଭ ପାଇଁ ଅସୁବିଧା ହେବନାହିଁ ।

ମୀନ : ରାଶି ଓ ରାଶ୍ୟାଧିପତିଙ୍କ ଗୁଣଧର୍ମ ଅନୁଯାୟୀ ନିଜେ କଷ୍ଟ ସ୍ଵୀକାର କଲେ ମଧ୍ୟ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସ୍ଵାର୍ଥ ସାଧନର ମସୁଧା କରି ଭଲ୍‌ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। କଳା,ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button