April 18, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ: ନିଜର ନିଷ୍ପତ୍ତି ଉପରେ ଅଟଳ ରହିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ସ୍ନେହୀ ହେବେ।

ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ପ୍ରଚୁର ପରିମାଣର ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅଦାଲତ ମାମଲାରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ। ଧନ, ସମ୍ପଦ ଭରପୂର ରହିବ।

ମିଥୁନ: କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ଅତ୍ୟଧିକ ପରିଶ୍ରମ କରିପାରନ୍ତି। ଯାତ୍ରାରେ ବାଧା ଉପୁଜି ପାରେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ମଧୁରଭାଷୀ ହେବେ। ନିଜ ଅଭିଜ୍ଞତା ବଳରେ କାର୍ଯ୍ୟ ହାସଲ ହେବ।

କର୍କଟ: ବିଭିନ୍ନ ସୂତ୍ରରୁ ଆୟ ବଢ଼ାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ। ସୁସ୍ଥ ଓ ନିରାମୟ ରହିବେ। ଲୋକସଂପର୍କ ବୃଦ୍ଧି ହେବ। ସରକାରୀ ସ୍ତରରୁ ସମ୍ମାନର ସହ ଅର୍ଥ ପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ।

ସିଂହ: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ।

କନ୍ୟା: ଦିନଟି ହସ ଖୁସି ଓ ସୁଖରେ ବିତିବ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ସୁଖ ମିଳିବ।

ତୁଳା: ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ବିଛା: ନୂତନ ଜମି କିଣିବାର ସୁଯୋଗ ମିଳବ। ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ଧର୍ମକୁ ଆଦରି ନେବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ବନ୍ଧୁ ସୁଖ ମିଳିବ।

ଧନୁ: ଉପୁଜି ଥିବା ସମସ୍ୟାର ସମାଧାନ ହେବ। ମନର ସନ୍ଦେହ ଦୂର ହେବ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବଳବାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।

ମକର: ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। କୌଣସି କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଧାର୍ମିକ ଓ ତେଜୀୟାନ ହେବେ।

କୁମ୍ଭ: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ଓ ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷି ଉପରେ ଗୁରୁତ୍ୱ ଦେବେ। ଯାନବାହନ ସୁଖ ମିଳିବ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ମୀନ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ। ମନପ୍ରସନ୍ନ ରହିବ। ଆସ୍ତିକ ହେବେ। ମିଷ୍ଟଭାଷୀ ହେବେ। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.