କଳା ଓ ସଂସ୍କୃତି

ଆଜି ପହିଲି ରଜ; ଗାଁ ରୁ ସହର ଉଲ୍ଲାଶର ସହ ପାଳୁଛନ୍ତି ରଜ

ଆଓରି -ଭୁବନେଶ୍ଵର(୧୪/୬): ବାର ମାସରେ ତେର ଜାତ ପାଳିତ ହେଉଥିବା ରାଜ୍ୟ ଓଡିଶା | ଏଥି ମଧ୍ୟ ରୁ ବଡ ପର୍ବ ଭାବରେ ପାଳିତ ହେଇଥାଏ ରଜ |ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର।  ଗାଁଠୁ ସହର ସବୁଆଡ଼େ ରଜର ମହକ।

ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ।  ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ରଜ ମଉଜ।  ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ। ଏହା ସହିତ ସାଙ୍ଗସାଥୀଙ୍କ ମେଳରେ ସେମାନେ ପୁଚି ଖେଳିବେ, ପାଖ ପଡିଶାଙ୍କ ଘରକୁ ବୁଲିଯିବେ। ଏକାଠି ହୋଇ ଲୁଡୁ ଖେଳିବେ।

ସେପଟେ ପୁରୁଷମାନେ ତାସ୍ ଓ ଡୁଡୁ ଖେଳରେ ମାତିବେ।  ରଜ ମଉଜ ପାଇଁ ଘରେ ଘରେ ପିଠା ପଣା ତିଆରି ହୋଇଛି।  ପିଠା ଖାଇ ବୁଲାବୁଲି କରି ମଉଜ କରିବେ ସମସ୍ତେ।  ରଜରେ ପାନର ବେଶ୍ ଆକର୍ଷଣ ରହିଛି। ରଜ ପାନ ବିନା ଏହି ଉତ୍ସବ ଫିକା ପଡ଼ିଥାଏ।  ତେଣୁ ସ୍ୱତନ୍ତ୍ର ପ୍ରକାର ରଜ ପାନ ଲାଗି ବଜାରରେ ସ୍ୱତନ୍ତ୍ର ଦୋକାନ ମଧ୍ୟ ଖୋଲିଛି।

Related Articles

Leave a Reply

Your email address will not be published. Required fields are marked *

Back to top button