ଖେଳ

ତାମିଲନାଡୁ ସରକାରଙ୍କ ଘୋଷଣା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟୀଙ୍କୁ ପୁରସ୍କାର ରାଶି

ଆଓରି(ତା୧୬|୪)- ନିକଟରେ ଶେଷ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ତାମିଲନାଡୁ କ୍ରୀଡ଼ାବିତ୍‌ଙ୍କ ପାଇଁ ରାଜ୍ୟ ସରକାର ସୋମବାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ଭାରତୀୟ ସ୍କାଶ୍‌ ଦଳର ସଦସ୍ୟ ଜୋତ୍ସ୍ନା ଚିନ୍ନାପ୍ପା, ଦୀପିକା ପାଲ୍ଲିକଲ ଓ ସୌରଭ ଘୋଷାଲଙ୍କ ନିକଟକୁ ଏକ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପାଲ୍ଲିକଲଙ୍କୁ ୨ଟି ରୌପ୍ୟ ପଦକ ଜିତିବା ପାଇଁ ସର୍ବାଧିକ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ଚିନ୍ନାପ୍ପା ଓ ଘୋଷାଲଙ୍କୁ ଗୋଟିଏ ଲେଖାଏ ରୌପ୍ୟ ପଦକ ପାଇଥିବାରୁ ପ୍ରତ୍ୟେକଙ୍କୁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଭାରତ ପାଇଁ ଟେବୁଲ ଟେନିସ୍‌ (ଟିଟ) ଇଭେଣ୍ଟର ପୁରୁଷ ଡବଲ୍ସ ବର୍ଗରେ ରୌପ୍ୟ ଓ ସିଙ୍ଗଲ୍ସ ବର୍ଗରେ ବ୍ରୋଞ୍ଜ ପଦକ ଅର୍ଜନ କରିଥିବା ଏ. ସରଥ କମଲଙ୍କୁ ୫୦ ଲକ୍ଷ ଟଙ୍କା ମିଳିବ। ଏଥିସହ ପୁରୁଷ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିବା ପାଇଁ ତାଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ। ମୋଟରେ କମଲଙ୍କୁ ଏକ କୋଟି ଦିଆଯିବ। ସମାନ ଅର୍ଥରାଶି ଅନ୍ୟ ଟିଟି ଖେଳାଳି ଜି. ସାଥିୟାନ ମଧ୍ୟ ଦିଆଯିବ। ସାଥିୟାନ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା ସହ ପୁରୁଷ ଡବଲ୍ସ ବର୍ଗରେ ବ୍ରୋଞ୍ଜ ଓ ମିକ୍ସଡ୍‌ ଡବଲ୍ସ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button