March 23, 2023

ତିନ୍‌ ତଲାକ୍‌ ବିଲ୍‌କୁ ବିରୋଧ କଲେ ଟିଏମସି ମନ୍ତ୍ରୀ

1 min read
TMC minister Siddiqullah Chowdhury opposed to recently passed Triple Talaq Bill

ଆଓରି-ନୂଆଦିଲ୍ଲୀ(୦୨/୦୮) : ରାଜ୍ୟସଭାରେ ତିନ୍‌ ତଲାକ୍‌ ବିଲ୍‌ ପାରିତ ହେବାର ଦିନକ ପରେ ଗୁରୁବାର ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି। ଫଳରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି। ଗୋଟିଏ ପଟେ ଗୁରୁବାର ରାଷ୍ଟ୍ରପତି ଏହାକୁ ଅନୁମୋଦିତ କରିଥିବାବେଳେ ଅନ୍ୟପଟେ ସେହିଦିନ ପଶ୍ଚିମବଙ୍ଗ ସରକାରର ଜଣେ ଟିଏମସି ମନ୍ତ୍ରୀ ଆଇନକୁ ବିରୋଧ କରିଛନ୍ତି। ଆମେ ଏହି ଆଇନକୁ ଗ୍ରହଣ କରିବୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ନାଁ ହେଉଛି ସିଦ୍ଦିକୁଲ୍ଲା ଚୌଧୁରୀ। ସେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ଅଛନ୍ତି। ଏହାସହିତ ସେ ଜାମିଅତ ଉଲେମା-ଏ-ହିନ୍ଦ ପଶ୍ଚିମବଙ୍ଗ ୟୁନିଟର ସଭାପତି ମଧ୍ୟ ଅଛନ୍ତି। ସିଦ୍ଦିକୁଲ୍ଲା କହିଛନ୍ତି ଏହି ଆଇନ ମୁସଲମାନ ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବ। ଆମମାନଙ୍କ ପାଇଁ ଯେକୌଣସି ମୂଲ୍ୟରେ ଏହାକୁ ଗ୍ରହଣ କରିବା ଅସମ୍ଭବ। ବାସ୍ତବରେ ଏହି ଆଇନ ମହିଳାମାନଙ୍କ ଅଧିକାର ଏବଂ ସୁରକ୍ଷାକୁ ସୁରକ୍ଷିତ ରଖିବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.