ଜାତୀୟ

ଖୁବ ଶୀଘ୍ର ବନ୍ଦ ହେବ ଟିକ୍‌ ଟକ୍‌ ଆପ

ଆଓରି-ନୂଆଦିଲ୍ଲୀ(୧୩/୦୨) : ତାମିଲ ନାଡୁ ସରକାର ଚାଇନିଜ ମୋବାଇଲ ଆପ୍ ‘ଟିକ୍ ଟକ୍’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଉଚିତ ପଦକ୍ଷେପ ନେବେ । ଏହି ଆପ୍‌କୁ ଅଧିକ ଯୁବପିଢୀମାନେ ବ୍ୟବହାର କରୁଛନ୍ତି । ଯୁବପିଢୀମାନେ ଭିଟିଓ କରି ଏହାକୁ ସେୟାର ମଧ୍ୟ କରୁଛନ୍ତି । ଏନେଇ ସୂଚନା ପ୍ରଦ୍ୱୋଗି ରାଜ୍ୟମନ୍ତ୍ରୀ ମଣିକନ୍ଦନ ସୋମବାର ରାଜ୍ୟ ବିଧାନସଭାରେ ଏନେଇ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ମନିଠାନୟ ଜନାନାୟକ କାଚି(ଏମ୍‌ଜେକେ) ଥମେମୁନ ଅନ୍ସାରୀଙ୍କ ଦ୍ୱାରା ଏକ ପିଟିସନ୍‌ର ଜବାବ ଦେଉଥିଲେ । ଯେଉଁଥିରେ ସେ ଦାବି କରିଛନ୍ତି ଯେ, ଯୁବାପିଢୀମାନେ ଟିକ୍ ଟକ୍ ଆପ୍ ଦ୍ୱାରା ଯୋଡ଼ି ହୋଇରହୁଛନ୍ତି । ଏବଂ ସାଂସ୍କୃତିକ ପତ୍ତନର ରାସ୍ତାରେ ଆଗକୁ ବଢୁଛନ୍ତି । ସେମାନେ ଏହି ଆପ୍ ମାଧ୍ୟମରେ ନିର୍ଦ୍ଦୋଷ ଲୋକମାନଙ୍କ ଚେହେରା, ବିଶେଷ କରି ମହିଳାମାନେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରି ଏହି ଭିଡ଼ିଓ କରୁଛନ୍ତି ।

ସଦସ୍ୟଙ୍କ ଚିନ୍ତାକୁ ବିଚାର କରି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସହ ଏହା ବିଷୟରେ ଆଲୋଚନା କରିବେ । ଯୁବପିଢୀଙ୍କ ପାଇଁ ଏକ ଲୋକପ୍ରିୟ ଆପ୍ ରୂପରେ ସମସ୍ତଙ୍କର ପ୍ରିୟ ହୋଇପାରିଛି । ଏହାକୁ ସ୍କୁଲ ଏବଂ କଲେଜ ଯାଉଥିବା ଝିଅମାନଙ୍କ ସହ ଗୃହିଣୀମାନଙ୍କ ପାଇଁ ଏକ ଲାଭଦାୟକ ଏଣ୍ଟଟେନ୍‌ମେଣ୍ଟ ହୋଇପାରିଛି । ନିକଟରେ , ଚେନ୍ନାଇ ପୋଲିସ ଏକ ଦେହଜୀବୀ ର‌୍ୟାକେଟକୁ ଧରିଥିଲେ । ଯେଉଁଥିରେ ଗ୍ରାହକମାନଙ୍କୁ ଲୋଭାଇବା ପାଇଁ ଟିକ୍ ଟକ୍ ଦ୍ୱାରା ଡାଉନଲୋଡ଼ କରାଯାଇଥିବା ମହିଳାମାନଙ୍କ ଭିଡିଓ ଏବଂ ଫଟୋର ବ୍ୟବହାର କରିଛନ୍ତି । ତେବେ ଏହି ଆପ୍‌କୁ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି କିଛି ଲୋକ । ଯାହାଦ୍ୱାରା ଭବିଷ୍ୟରେ କାହାର କିଛି ଖରାପ ନହେଉ ଏନେଇ ଏଭଳି ପଦକ୍ଷେପ ନିଆଯିବ େବାଲି ସୂଚନା ମିଳିଛି ।

ତେବେ ରାଜ୍ୟରେ ଛାତ୍ରଛେତ୍ରୀଙ୍କ ଭବିଷ୍ୟତକୁ ନେଇ ଏହି ଆପ୍‌କୁ ବ୍ୟାନ କରାଯାଇପାରେ । ରାଜ୍ୟର ଅନେକ ସହରରେ ପୋଲିସ ସ୍କୁଲ ଏବଂ ଅଭିଭାବକମାନଙ୍କୁ ଏହି ଆପ୍ ଲଗଇନ୍ କରୁଥିବା ଛାତ୍ରମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେଣୁ ଏହି ଆପ୍‌କୁ ଛାତ୍ରଛାତ୍ରୀମାନେ ବ୍ୟବହାର ନ କରନ୍ତୁ ବୋଲି କୁହାଯାଉଛି । ଏହାସହ ପୋଲିସ ଘରେ ଏବଂ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପରାମର୍ଶ ସର୍ତ୍ତ ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button