ଅପରାଧ

ଭଞ୍ଜନଗରରେ ଗୁଳିକାଣ୍ଡ ୩ଗିରଫ

ଆଓରି-ଭୁବନେଶ୍ଵର(୯/୭) : ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଶୁକ୍ରବାର ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଓଡ଼ଗାଁ ନିକଟସ୍ଥ ବାହାଡ଼ାଝୋଳା ଜଙ୍ଗଲରୁ ୩ ଜଣଙ୍କୁ ରବିବାର ଦିନ ଗିରଫ କରିଛି। ସେମାନେ ହେଲେ ସୀମା ନାଇକ,ରାହୁଲ ନାଇକ ଓ ବୀର ନାଇକ। ଏଥିସହ ବନ୍ଧୁକ , ୨ଟି ଗୁଳି ଓ ୨ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ପଥରକ୍ୱାରୀରୁକୁ ନେଇ ଗୁଳିକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। କାଳିଆପଲ୍ଲୀର ସୀମା ଏକ ପଥରକ୍ୱାରୀ ବୁଝୁଥିଲେ। ଏହାକୁ ନେଇ ଚାକୁଣ୍ଡାପଲ୍ଲୀର କାହ୍ନୁ ଗୌଡ଼ଙ୍କ ମଧ୍ୟରେ କିଛିମାସ ହେବ ତାଙ୍କର ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ପୂର୍ବରୁ ବହୁଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କାହ୍ନୁଙ୍କୁ ରାସ୍ତାରୁ ହଟାଇବା ଦେବାପାଇଁ ସୀମା ଯୋଜନା କରିଥିଲେ। ଏଥିପାଇଁ ସେ ୨ ସହଯୋଗୀଙ୍କ ସହାୟତା ନେଇଥିଲେ। ଗୁରୁବାର ରାତିରେ କାହ୍ନୁ ତାଙ୍କ ଭାଇଙ୍କୁ ଆଣିବା ପାଇଁ ଭଞ୍ଜନଗର ଅସ୍ଥାୟୀ ବସ୍‌ଷ୍ଟାଣ୍ଡକୁ ଯାଇଥିଲେ। ଭାଇ ଆସି ନ ଥିବା ଯୋଗୁ ଜଣେ ସାଙ୍ଗଙ୍କ ସହ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ବାଇକ୍‌ରେ ଆସି କାହ୍ନୁଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ତାହା ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ପରେ କାହ୍ନୁ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଗୁଳି ଓ ଗୋଟିଏ ଖୋକା ଜବତ କରିଥିଲା। ଗୁଳି ଫୁଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇ ଓଡ଼ଁଗା ନିକଟସ୍ଥ ବାହାଡ଼ାଝୋଳା ଜଙ୍ଗଲରେ ଛପି ରହୁଥିଲେ। ମୋବାଇଲ ଟ୍ରାକିଂ କରି ପୋଲିସ ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୁରାକ ପାଇଥିଲା। ରବିବାର ଭୋରରେ ସମସ୍ତ ଅଭିଯୁକ୍ତଙ୍କୁ ସେଠାରୁ ଗିରଫ କରାଯାଇଛି। ଏନେଇ ଏସ୍‌ଡ଼ିପିଓ ଉତ୍କଳ କେଶରୀ ଦାସ କହିଛନ୍ତି, ପଥରକ୍ୱାରୀରୁ ପଥର ଉଠାଇବାକୁ ନେଇ କାହ୍ନୁ ଓ ସୀମା ମଧ୍ୟରେ ବିବାଦ ଥିଲା। ଏଥିପାଇଁ ଗୁଳିକାଣ୍ଡ ଘଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button