ରାଜନୀତି

ଟିକେଟ ନମିଳିବାରୁ ଦଳ ଛାଡିଲେ ୩ପୂର୍ବତନ ବିଧାୟକ

ଆଓରି-ଭୁବନେଶ୍ଵର(୨୭/୦୩) : ରାଜ୍ୟ କଂଗ୍ରେସରେ ଘମାସନ । ଟିକଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ହେବାପରେ କଂଗ୍ରେସ ଛାଡିଛନ୍ତି ୩ପୂର୍ବତନ ବିଧାୟକ । ତେଣୁ ଆଜି ଶତାଧିକ କର୍ମୀଙ୍କ ସହ ସେମାନେ ଦଳ ଛାଡିଛନ୍ତି ।

ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, କୁମରମଣି ଶବର, ଯୁଗରାମ ବେହେରା ଆଜି କଂଗ୍ରେସ ଛାଡିଛନ୍ତି । କଳାହାଣ୍ଡିରେ ନିଜର ଶତାଧିକ କର୍ମୀଙ୍କ ସହ ସେମାନେ ଦଳ ଛାଡିଥିବା ଜଣାପଡିଛି । ଦଳରେ ଟଙ୍କା ନେଇ ଟିକଟ ବଣ୍ଟାଯାଉଥିବା ସେମାନେ ଅଭିଯୋଗ ଆଣିବା ସହ ସାମୁହିକ ଭାବରେ ଦଳରୁ ଇସ୍ତଫା ଦେଇଛନ୍ତି । ଅସନ୍ତୁଷ୍ଟ ଏହି ପୂର୍ବ ବିଧାୟକ ଆଜି ନିଜର ସମର୍ଥକଙ୍କ ସହ ରାଜ୍ୟ କଂଗ୍ରେସ ଭବନକୁ ଆସି ନାରା ଦେବା ସହ ଇସ୍ତଫା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button