ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଧମକ!

ଆ.ଓ.ରି(ତା୨୮|୫)-କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂଙ୍କୁ ଧମକ! ଆଉ ଏହି ଧମକ ମିଳିଛି ହ୍ୱାଟ୍ସଆପ୍‌ ମେସେଜ୍‌ରେ। ଯାହାକୁ ନେଇ ପୋଲିସ୍‌ ତନାଘନା ଚଳାଇଛି।

ସୂଚନା ଅନୁସାରେ, ରାଜନାଥଙ୍କ ପୁଅ ତଥା ବିଜେପି ବିଧାୟକ ପଙ୍କଜଙ୍କୁ ଏହି ଧମକପୂର୍ଣ୍ଣ ମେସେଜ୍‌ ମେ ୨୫ ରୁ ମିଳୁଛି। ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍‌ ମେସେଜ୍‌ ଜରିଆରେ ଏହି ଧମକ ଦିଆଯାଉଥିବାର ଜଣାପଡ଼ିଛି। ଏନେଇ ପୋଲିସ୍‌ ରବିବାର ଏକ ମାମଲା ରୁଜୁ କରିଛି। ସାଇବର ସେଲ୍‌ ଏହି ମାମଲାର ଯାଞ୍ଚ କରୁଛି।

ସୂଚନାଥାଉ କି, ଗତ କିଛି ଦିନ ଧରି ଉତ୍ତରପ୍ରଦେଶର କିଛି ବିଜେପି ବିଧାୟକ ଓ ନେତାମାନଙ୍କୁ ଏଭଳି ସମାନ ଧରଣର ଧମକପୂର୍ଣ୍ଣ ମେସେଜ୍‌ ମିଳୁଥିବାର ଅଭିଯୋଗ ହୋଇଛି।

ତେବେ ଏଭଳି ଧମକପୂର୍ଣ୍ଣ ମେସେଜ୍‌ କିଏ କରୁଛି? କାହିଁକି କରୁଛି? ଏଭଳି ଘଟଣା ପଛର ପ୍ରକୃତ କାରଣ କ’ଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଉତ୍ତରପ୍ରଦେଶ ପୋଲିସ୍‌ ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ ଗଠନ କରି ଛାନ୍‌ଭିନ୍ ଚଳାଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button