ରାଜ୍ୟ

ଖୁବଶୀଘ୍ର ନିର୍ମାଣ ହେବ ବିଜୁ ପଟ୍ଟନାୟକ ଏୟାରପୋର୍ଟ ତୃତୀୟ ଟର୍ମିନାଲ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୩/୦୨) : ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଆଉ ଏକ ଟର୍ମିନାଲ ଖୁବଶୀଘ୍ର ନିର୍ମାଣ ହେବ । ୫ ରୁ ୬ ମାସ ମଧ୍ୟରେ ୯୦୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲର ନିର୍ମାଣ ଶେଷ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ଗ୍ୟାପ୍‌କୁ ଟର୍ମିନାଲ ବିଲ୍ଡିଂ ମାଧ୍ୟମରେ ଯୋଡିବାର କାମ କରାଗଲା । ଏହାଦ୍ୱାରା ଭୁବନେଶ୍ୱର ଏୟାରପୋର୍ଟର କ୍ଷମତା ବୃଦ୍ଧି ପାଇବ । ଅଧିକ ଏରୋବ୍ରିଜ୍ ତିଆରି ହେବା ସହ ଯାତ୍ରୀମାନେ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ଏକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ଅବସରରେ କହିଛନ୍ତି ଧର୍ମେନ୍ଦ୍ର ।

କିଛି ମାସ ପୂର୍ବେ ଓଡିଶାର ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦରର ଉଦଘାଟନ ହୋଇଥିଲା । ବଡ ବଡ ଏୟାରଲାଇନ୍ ମାଧ୍ୟମରେ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ତିନୋଟି ସହରକୁ ମାର୍ଚ୍ଚ ପ୍ରାରମ୍ଭରେ ପ୍ଲେନ୍ ଚଲେଇବାର ବ୍ୟବସ୍ଥା କରାଯିବ । ପ୍ରଗତିରେ ବିମାନ ସେବା ଅନ୍ୟ ଏକ ପ୍ରମୁଖ ଆବଶ୍ୟକତା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହାସହ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ  କହିଛନ୍ତି ଯେ ଭୁବନେଶ୍ୱରର ପଶ୍ଚିମରେ ନୂଆ ଟର୍ମିନାଲ ହେଲେ ଏହା ବଡ ଏୟାରପୋର୍ଟର ରୂପ ନେବ ଏବଂ ଦେଶ ବିଦେଶରୁ ବିମାନ ସେବା ବଢିପାରିବ । ଭାରତର ସମାନ୍ୟ ନାଗରିକ ମାନଙ୍କ ପାଇଁ ଅଧିକ ଏୟାର ଭିତିଭୂମି ହେଉ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି । ଖୋର୍ଦ୍ଧାର ପାଖାପାଖି ଅଂଚଳରେ ଦ୍ୱିତୀୟ ଏୟାରପୋର୍ଟର ଆନୁସଙ୍ଗିକ କାମ ଆରମ୍ଭ ହୋଇଛି ।

ଉଡାନ ଯୋଜନାରେ ଭୁବନେଶ୍ୱର ଓ ଝାରସୁଗୁଡାରୁ ବିଭିନ୍ନ ଅଂଚଳକୁ ପ୍ଲେନ୍ ଚାଲିବା ନେଇ ବର୍ଷକୁ ଭାରତ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ସବସିଡି ଦେଇ ଓଡିଶାର ନାଗରିକଙ୍କୁ ଯୋଡିବେ । ଆଜିର ପ୍ରକଳ୍ପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button