ସ୍ୱାସ୍ଥ୍ୟ

ଏହି ୩ଟି ଫଳରୁ ସହଜରେ ବ୍ୟାପୁଛି ନିପା ଭାଇରସ

ଆ.ଓ.ରି(ତା୨୯|୫)-ନିପା ଭାଇରସରେ କେରଳରେ କିଛି ଲୋକଙ୍କ ମୃତ୍ୟୁ ପରେ ଏହି ରୋଗକୁ ନେଇ ଦେଶରେ ଭୟର ବାତାବରଣ ଦେଖା ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ଭୂତାଣୁ ବାଦୁଡ଼ିଠାରୁ ହିଁ ବ୍ୟାପିଥାଏ। ତେଣୁ ବାଦୁଡ଼ି ସଂସ୍ପର୍ଶରେ ନ ଆସିବା କିମ୍ବା ଖଣ୍ଡିଆ ଫଳ ନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏହି ଭାଇରସ କେତେକ ଫଳ ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରୁଛି। ତେଣୁ ଫଳ ଖାଇବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ଦରକାର।

ଗୁଡ଼ଗାଓଁର ମେଦାନ୍ତା ମେଡିସିଟି ହସ୍‌ପିଟାଲ୍‌ର ଡା. ନେହା ଗୁପ୍ତାଙ୍କ କହିବାନୁସାରେ ଖଜୁରୀ, ଆମ୍ବ ଓ କଦଳୀ ଭଳି ଫଳରୁ ଖୁବଶୀଘ୍ର ନିପା ଭାଇରସ ବ୍ୟାପୁଛି। ଯଦି ଏହିସବୁ ଫଳ କେରଳରୁ ଆମଦାନି କରାଯାଇ ଗ୍ରାହକଙ୍କ ନିକଟରେ ପହଞ୍ଚା ଯାଉଛି ତେବେ ନିପା ଭାଇରସ ବିପଦ ଅଧିକ ରହିଛି ବୋଲି ସେ କହିଛନ୍ତି। ଏଥିସହିତ ପକ୍ଷୀ ଖାଇଥିବା କୌଣସି ବି ଫଳକୁ ଖାଇଲେ ଏହି ଭାଇରସ ବ୍ୟାପିଥାଏ।

ଏହି ୩ଟି ଫଳରୁ ସହଜରେ ବ୍ୟାପୁଛି ନିପା ଭାଇରସ

ନିପା ଭାଇରସରେ କେରଳରେ କିଛି ଲୋକଙ୍କ ମୃତ୍ୟୁ ପରେ ଏହି ରୋଗକୁ ନେଇ ଦେଶରେ ଭୟର ବାତାବରଣ ଦେଖା ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ଭୂତାଣୁ ବାଦୁଡ଼ିଠାରୁ ହିଁ ବ୍ୟାପିଥାଏ। ତେଣୁ ବାଦୁଡ଼ି ସଂସ୍ପର୍ଶରେ ନ ଆସିବା କିମ୍ବା ଖଣ୍ଡିଆ ଫଳ ନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏହି ଭାଇରସ କେତେକ ଫଳ ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରୁଛି। ତେଣୁ ଫଳ ଖାଇବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ଦରକାର।

 

ଏହି ୩ଟି ଫଳରୁ ସହଜରେ ବ୍ୟାପୁଛି ନିପା

ଗୁଡ଼ଗାଓଁର ମେଦାନ୍ତା ମେଡିସିଟି ହସ୍‌ପିଟାଲ୍‌ର ଡା. ନେହା ଗୁପ୍ତାଙ୍କ କହିବାନୁସାରେ ଖଜୁରୀ, ଆମ୍ବ ଓ କଦଳୀ ଭଳି ଫଳରୁ ଖୁବଶୀଘ୍ର ନିପା ଭାଇରସ ବ୍ୟାପୁଛି। ଯଦି ଏହିସବୁ ଫଳ କେରଳରୁ ଆମଦାନି କରାଯାଇ ଗ୍ରାହକଙ୍କ ନିକଟରେ ପହଞ୍ଚା ଯାଉଛି ତେବେ ନିପା ଭାଇରସ ବିପଦ ଅଧିକ ରହିଛି ବୋଲି ସେ କହିଛନ୍ତି। ଏଥିସହିତ ପକ୍ଷୀ ଖାଇଥିବା କୌଣସି ବି ଫଳକୁ ଖାଇଲେ ଏହି ଭାଇରସ ବ୍ୟାପିଥାଏ।

ସାବଧାନତା ଆପଣାନ୍ତୁ

୧.ଫଳକୁ ଭଲ ପାଣିରେ ଭଲ ଭାବରେ ଧୋଇଲା ପରେ ଖାଆନ୍ତୁ।

୨. ଘୁଷୁରିଠାରୁ ଦୂରେଇ ରୁହନ୍ତୁ।

୩. ତାଡ଼ି ଭଳି ନିଶାଯୁକ୍ତ ପଦାର୍ଥରୁ ଦୁରେଇ ରୁହନ୍ତୁ।

୪. ତଳେ ପଡ଼ିଥିବା ଫଳକୁ ଖାଆନ୍ତୁ ନାହିଁ।

୫. ନିଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ବଥା ସହିତ ଜ୍ୱଳନ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button