ସ୍ୱାସ୍ଥ୍ୟ

ଏପରି କିଛି ଜଙ୍କ୍‍ ଫୁଡ଼ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ

ଛୋଟ ବେଳୁ ହିଁ ଶିଖା ଯାଏ ବାହାରର ଖାଦ୍ୟ ଖାଇବା ଉଚିତ ନୁହେଁ। ଜଙ୍କ ଫୁଡ଼୍‍ ଜାତୀୟ ଖାଦ୍ୟକୁ ରୋଗର ଘର କୁହାଯାଇଥାଏ। ମାତ୍ର ଏପରି କିଛି ଜଙ୍କ୍‍ ଫୁଡ଼ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭ ଦାୟକ ଅଟେ।

  • ଚକୋଲେଟ – ଡ଼ାର୍କ ଚକୋଲେଟରେ ବହୁ ପୋଷକ ତତ୍ତ୍ୱ ରହିଛି। ଏହାକୁ ଆଣ୍ଟି – ଅକ୍ସିଡ଼ାଣ୍ଟ ମଧ୍ୟ କୁହାଯାଇଥାଏ। ଏହାକୁ ଖାଇଲେ ମନ ପ୍ରଫୁଲ ରହିବା ସହ ବ୍ଲଡ଼୍‍ ପ୍ରେସର (ରକ୍ତ ଚାପ)କୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ଡ଼ାର୍କ ଚକୋଲେଟରେ ଥିବା ପୋଟାସିୟମ ଓ କପର ଯୋଗୁଁ ହୃଦରୋଗ ଜାତୀୟ ସମସ୍ୟା ମଧ୍ୟ ଶରୀର ଠାରୁ ଦୂରେଇ ରହେ।
  • ପପ୍‍କନ୍‍ – ଏହା ମଧ୍ୟ ଏକ ଜଙ୍କ୍‍ ଫୁଡ଼ ଅଟେ। ମାତ୍ର ଏହା ଖାଇବା ପାଇଁ ଯେତେ ସ୍ୱାଦିଷ୍ଟ ଏହା ସ୍ୱାସ୍ଥ୍ୟ ନିମନ୍ତେ ମଧ୍ୟ ସେତେ ଲାଭ ଦାୟକ ଅଟେ। ଏଥିରେ ବହୁ ପରିବମାଣରେ ପୋଟାସିୟମ ଓ ପ୍ରୋଟିନ ରହିଛି। ପପ୍‍କନ୍‍ରେ ମିଶିଥିବା ରସୁଣ ଓ ଗୋଲମରିଚ ଗୁଣ୍ଡ ହୃଦୟ ଜନିତ ସମସ୍ୟାରୁ ଦୂରରେ ରଖେ। ଏଥିରେ କ୍ୟାଲୋରୀର ମାତ୍ରା କମ ଥିବାରୁ ଏହା ଓଜନ ମଧ୍ୟ ବଢାଇନଥାଏ।
  • ଆଇସକ୍ରିମ – ବେଳେବେଳେ ଆଇସକ୍ରିମ୍‍ ଖାଇବା ଶରୀର ପାଇଁ ଲାଭ ଦାୟକ ଅଟେ। ଏଥିରେ ବହୁ ପରିମାଣରେ କ୍ୟାଲସିୟମ ଥିବାରୁ ଏହା ଖାଇବା ଦ୍ୱାରା ହାଡ଼ ବହୁତ ଶକ୍ତ ହୋଇଥାଏ।
  • ପିଜ୍ଜା – ଏହା ମଧ୍ୟ ଏକ ଜଙ୍କ ଫୁଡ଼ ଅଟେ। କିନ୍ତୁ ଏହାକୁ ପ୍ରସ୍ତୁତ ବେଳେ ବହୁ ମାତ୍ରରେ ଟମାଟୋ ବ୍ୟବହୃତ ହୋଇଥାଏ। ଯେଉଁଥିରେ ଭିଟାମିନ ଏ ଓ ସି ରହିଛି। ଯାହା ଆମ ଶରୀରର ପାଇଁ ଲାଭ ଦାୟକ ଅଟେ।
  • ବର୍ଗର – ଏଥିରେ ବହୁ ମାତ୍ରରେ କ୍ୟାଲୋରୀ ରହିଛି। ତେଣୁ ଏହାକୁ ବେଳେ ବେଳେ ଖାଇବା ଦ୍ୱାରା ଏହା ଶରୀର ପାଇଁ ହିତକାରକ ଅଟେ। କାରଣ ଏଥିରେ ବ୍ୟବହୃତ ହେଉଥିବା ପରିବା ଶରୀର ପାଇଁ ଲାଭ ଦାୟକ ଅଟେ।

Related Articles

Leave a Reply

Your email address will not be published. Required fields are marked *

Back to top button