March 26, 2023

ଆସନ୍ତା ୨୫, ୨୬ରେ ଓଡିଶାରେ ହୋଇପାରେ ପ୍ରବଳ ବର୍ଷା

1 min read
Heavy-Rain-Fall

ଆଓରି-ଭୁବନେଶ୍ଵର(୨୩/୦୭) : ସାରା ଦେଶକୁ ମୌସୁମୀ ଛୁଇଁଥିଲେ ବି ଆଶାନୁରୂପ ବର୍ଷା ହୋଇନି। ଦେଶରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ହାରାହାରି ୧୯ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ ରହିଛି।

ଆଜି କିମ୍ବା କାଲି ଭିତରେ ଯଦି ଘୂର୍ଣ୍ଣି ବଳୟ ସୃଷ୍ଟି ହୁଏ ଓ ଏହା ଲଘୁଚାପରେ ପରିଣତ ହୁଏ ତେବେ ଜୁଲାଇ ୨୫, ୨୬ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି ଏବଂ କନ୍ଧମାଳ। ଏଥିସହ ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୬ରେ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.