ରାଜ୍ୟ

ରାଜ୍ୟ ସରକାର ଦାୟିତ୍ୱ ନେବା ପରଠୁ ହୋଇନି କୌଣସି ଆଖିଦୃଶିଆ ପରିବର୍ତ୍ତନ ; ଗଜପତି ମହାରାଜ

ଆଓରି-ଭୁବନେଶ୍ଵର(୨୩/୦୨) : ଶନିବାର ମଧ୍ୟାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗ ଦେଇଛନ୍ତି । ତାଙ୍କ ସହ ବୈଠକରେ ଯୋଗ ଦେଇଛନ୍ତି ପରିଚାଳନା କମିଟିର ଅଧ୍ୟକ୍ଷ ମହାରାଜ ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସଦସ୍ୟବୃନ୍ଦ।

ରାଜ୍ୟ ସରକାର ଦାୟିତ୍ୱ ନେବା ପରଠୁ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପରିବର୍ତ୍ତନ କରିନାହାନ୍ତି କିମ୍ବା ସଂସ୍କାର ପ୍ରତି ମଧ୍ୟ ଧ୍ୟାନ ଦେଇନାହାନ୍ତି ବୋଲି ଗଜପତି ମହାରାଜ  ବ୍ୟକ୍ତ କରିଛନ୍ତି । ଏହାସହ ଆମିକସ୍‌ କ୍ୟୁରିଙ୍କ ସହ ଶ୍ରୀମନ୍ଦିର ସଂସ୍କାର ନେଇ ବୈଠକପରେ ଗଜପତି ମହାରାଜ ମଧ୍ୟ କହିଛନ୍ତି ଯେ- ପ୍ରଶାସନିକ, ସେବକ ସମ୍ପର୍କିତ ଏବଂ ଧାର୍ମିକ ସଂସ୍କାର ଜରୁରୀ । ଏ ୩ଟି କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ଆମିକସ୍‌ କ୍ୟୁରିଙ୍କୁ କହିଛନ୍ତି । ଶ୍ରୀମନ୍ଦି ସଂସ୍କାର ନିହାତି ଅପରିହାର୍ଯ୍ୟ ବୋଲି ଜଣାଇଛି । ‘୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେଲେ’ । ‘ସରକାର ଶ୍ରୀମନ୍ଦିର ସମସ୍ୟାଗୁଡ଼ିକୁ ବିଶେଷ ଧ୍ୟାନ ଦେଇନାହାନ୍ତି’ ।  ଆଜି ସକାଳ ୮ଟା ବେଳେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ତା’ରେ ସେ ଆନନ୍ଦବଜାର ଓ ରୋଷଘରକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ ମଧ୍ୟ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button