March 30, 2023

ମାଡି ଆସୁଛି ବାତ୍ୟା, ଧାମରା ନିକଟରେ ଅତିକ୍ରମ କରିବ ‘ୟାସ’

1 min read

ଆଓରି-ଭୁବନେଶ୍ଵର(୨୫/୦୫) : ମାଡି ଆସୁଛି ବାତ୍ୟା ୟଶ । ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେଲା ସାମୁଦ୍ରିକ ଝଡ ୟଶ । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ ବାତ୍ୟା ୟଶ। ବର୍ତ୍ତମାନ ସାମୁଦ୍ରିକ ଝଡ ୟଶ ଦକ୍ଷିଣ-ଦକ୍ଷିଣ-ପୂର୍ବ ପାରାଦୀପର ଠାରୁ ୩୬୦ କିଲୋମିଟର ଏବଂ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ-ପୂର୍ବଠାରୁ ୪୬୦ କିଲୋମିଟର ଦୂରରେ ରହିଛି । ୨୬ ତାରିଖ ଭୋର ସୁଦ୍ଧା ବାତ୍ୟା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଦ୍ବିପ୍ରହର ବେଳକୁ ସ୍ଥଳଭାଗ ଅତିକ୍ରମ କରିବ। ଧାମରାର ଉତ୍ତରକୁ ଏବଂ ବାଲେଶ୍ଵରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.