କାୟା ବିସ୍ତାର କରିବାରେ ଲାଗିଛି କୋରୋନା ; ୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
1 min read
ଆଓରି-ନୂଆଦିଲ୍ଲୀ(୨୧/୦୩) : କୋରୋନ ଭୂତାଣୁ ଚିନ୍ତା ଏବେ ସାରା ବିଶ୍ୱକୁ ଘାରିଛ । ଏହି ଭୂତାଣୁ ଏବେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୦ରେ ପହଞ୍ଚିଛି ।
ଦେଶର ବଭିନ୍ନ ଭାଗରୁ ୫୦ନୂଆ ମାମଲା ଶୁକ୍ରବାର ଦିନ ସାମ୍ନାକୁ ଆସିଥିବାବେଳେ ଆଜି ଏହା ଆହୁରି ବୃଦ୍ଧି ସମ୍ପୂର୍ଣ୍ଣ ସଂକ୍ରମିତଙ୍କ ସଂଖ୍ୟା ୩୧୦ରେ ପହଞ୍ଚିଛି । ତେବେ ସଂକ୍ରମିତ ଲୋକଙ୍କ ସସ୍ପର୍ଶରେ ଆସିଥିବା ୬,୭୦୦ରୁ ଅଧିକ ଲୋକଙ୍କୁ ମଧ୍ୟ କଡା ନଜରରେ ରଖାଯାଇଛି ।