ରାଜ୍ୟରେ ଜୁନ ୧୭ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢ଼ିଲା
1 min read
ଆଓରି-ଭୁବନେଶ୍ୱର(୩୧/୦୫) : ରାଜ୍ୟରେ ବଢିଲା ଲକ୍ ଡାଉନ୍ ଅବଧି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜୁନ ୧୭ ସକାଳ ୬ଟା ଯାଏଁ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏଥିସହ ସପ୍ତାହାନ୍ତ ସଟ୍ଡାଉନ୍ ମଧ୍ୟ ପୂର୍ବ ପରି ଜାରି ରହିବ। କିନ୍ତୁ ଏଥର ସଟ୍ଡାଉନ୍ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପ୍ରେସ୍ ମିଟ ଜରିଆରେ ସୂଚନା ଦେଇଛନ୍ତି।