ବ୍ୟକ୍ତିତ୍ଵ

ପୁରୀ ସ୍ୱର୍ଗଦ୍ୱାରା ଠାରେ ଅପରାହ୍‌ଣରେ ହେବ ଅମୀୟ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

ଆଓରି-ଭୁବନେଶ୍ୱର(୨୦/୧୦) : ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କର ମରଶରୀର ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ ଯୋଗ ଆସି ଭୁବନେଶ୍ୱର ଠାରେ ପହଞ୍ଚିଛି। ଆଜି ଦିନ ୧ଘଣ୍ଟା ଯାଏ ତାଙ୍କ ମରଶରୀରକୁ ଆଇଆରସି ଭିଲେଜସ୍ଥିତ ଏନ-୨/୨୯ ବାସଭବନରେ ରଖାଯିବ। ସେଠାରେ ଓଡ଼ିଆ ସିନେଜଗତ ସହିତ ସମ୍ପୃକ୍ତ କଳାକାର, ପ୍ରଜୋଜକ, ନିର୍ଦ୍ଦେଶକ , ବୁଦ୍ଧିଜୀବୀ ଓ ଶ୍ରୀ ପଟ୍ଟନାୟକଙ୍କୁ ଭଲପାଉଥିବା ଲୋକେ ଶେଷ ଦର୍ଶନ କରିବେ। ଦିନ ଗୋଟାଏ ପରେ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯିବାର କାର୍ଯ୍ୟକ୍ରମ କରିଛି।Aajira-Odisha

ସୂଚନାଯୋଗ୍ୟ ଯେ ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତକାଲି ସକାଳ ୮ଟା ସମୟରେ ଶ୍ରୀ ପଟ୍ଟନାୟକଙ୍କର ପରଲୋକ ଘଟିଥିଲା। ସେ ପାନକ୍ରିୟାସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗଙ୍କ ସମେତ ବଡ଼ଭାଇ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button