ଆଜି ସନ୍ଧ୍ୟାରେ ଘୋଷଣା ହେବ ଟିମ୍ ଇଣ୍ଡିଆ ନୂତନ କୋଚ୍
1 min read
ଆଓରି-ନୂଆଦିଲ୍ଲୀ(୧୬/୦୮) : ଆଜି ହେବ ଟିମ୍ ଇଣ୍ଡିଆର ନୂଆ କୋଚ୍ ଘୋଷଣା । ଏନେଇ ଆଜି ସନ୍ଧ୍ୟା ୭ଟା ରୁ ଆରମ୍ଭ ହେବ ପ୍ରେସ୍ କନ୍ଫରେନ୍ସ୍ । ଟିମ୍ ଇଣ୍ଡିଆର ନୂତନ କୋଚ୍ ଆଜି ଘୋଷଣା ହେବା ନେଇ ୧୬ଅଗଷ୍ଟକୁ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ କୁହାଯାଉଛି । ବିସିସିଆଇ ଏନେଇ ଟୁଇଟ୍ କରି ସୂଚନା ଦେଇଛି ଯେ, ଆଜି ସନ୍ଧ୍ୟା ୭ଟାରେ ପ୍ରେସ୍ କନଫରେନ୍ସ ମାଧ୍ୟମରେ ଟିମ୍ ଇିଣ୍ଡଆର ନୂଆ ମୁଖ୍ୟକୋଚ୍ ଏବଂ ସହଯୋଗୀ ସଦସ୍ୟଙ୍କ ନାମ ଘୋଷଣା କରାଯିବ ।
ସୂଚନାମୁତାବକ ଟିମ୍ ଇଣ୍ଡିଆର ମହାନ ଖେଳାଳି ତଥା ପୂର୍ବତନ କ୍ୟାପ୍ଟେନ୍ କପିଲ୍ ଦେବଙ୍କ ଅଧକ୍ଷତାରେ ଗଠିତ ହୋଇଥିବା କମିଟ୍ ଟିମ୍ ରେ ଇଣ୍ଡିଆର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଏବଂ ଫିଲ୍ଡିଂ କୋଚଙ୍କର ଘୋଷଣା କରାଯିବ । ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଖବର ଅନୁଯାୟୀ ହେଡ୍ କୋଚ୍ ହିସାବରେ ରବି ଶାସ୍ତ୍ରୀ ଏବଂ ବୋଲିଂ କୋଚ୍ ପାଇଁ ଭରତ ଅରୁଣଙ୍କୁ ରଖାଯିବ କିନ୍ତୁ ବ୍ୟାଟିଂ ଏବଂ ଫିଲ୍ଡିଂ କୋଚ୍ରେ ପରିବର୍ତ୍ତନ ଅଣାଯାଇପାରେ ବୋଲି ସମ୍ଭାବନା ରହିଛି ।