ରାଜନୀତି

ପଞ୍ଚଦଶ ଅର୍ଥ କମିଶନରୁ ଓଡିଶାକୁ ଅର୍ଥ କମି ଯିବା ଆଶଙ୍କା ଭିତିହୀନ :ଧର୍ମେନ୍ଦ୍ର ପ୍ରଧାନ

ଆଓରି(ତା୧୬|୪)- 

ପଞ୍ଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସ ଯେଉଁ ରାଜ୍ୟମାନେ ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାରର ବ୍ୟବସ୍ଥା ଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଅର୍ଥ କମି ଯିବ ବୋଲି କାହିଁକି ଅହେତୁକ ଆଶଙ୍କା ଦେଖାଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର ଦିନ ରାଜଧାନୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନ ଏହି କଥା ସୂଚନା ଦେଇଛନ୍ତି ।

୧୯୭୧ ବଦଳରେ ୨୦୧୧ ମସିହାର ଜନଗଣନାକୁ ଆଧାରକୁ ମାନିଲେ ଓଡିଶାକୁ କମ ଅର୍ଥ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କାର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଟର୍ମ ଅଫ ରେଫରେନ୍ସକୁ ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୧ ଜନଗଣନାରେ ଜନ ସଂଖ୍ୟା କମ କରିବାରେ ରାଜ୍ୟ ସରକାର ଭଲ କାମ କରିଥିଲେ ଏଥି ପାଇଁ ତାଙ୍କୁ ପୁରସ୍କାର ଦିଆ ଯିବାର ବ୍ୟବସ୍ଥା ଅଛି ବୋଲି କହିଛନ୍ତି। କେବଳ ଓଡିଶା ନୁହେଁ ଦେଶର ଅନେକ ରାଜ୍ୟ ଏହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ସେମାନ ତେବେ କାହିଁକି ଏପରି ଆଶଙ୍କା କଲେ ବୋଲି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button