March 21, 2023

ମେହବୁବାଙ୍କ ସମ୍ପର୍କୀୟ ଭାଇ ଉପରେ ଆତଙ୍କବାଦୀ ଆକ୍ରମଣ, ପିଏସଓ ମୃତ

1 min read

ଆଓରି-ନୂଆଦିଲ୍ଲୀ(୧୯/୦୭) : ଜାମ୍ମୁ କାଶ୍ମୀର ଅନନ୍ତନାଗରେ ପିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମ୍ପର୍କୀୟ ଭାଇ ସଜାଦ ମୁଫତିଙ୍କ ଉପରେ ଶୁକ୍ରବାର ଅପରାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସଜାଦଙ୍କ ପିଏସଓର ମୃତ୍ୟୁ ଘଟିଛି। ଘଟଣା ପରେ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରିଛି।

ସୂଚନା ଅନୁସାରେ ସଜାଦ ମୁଫତି ଅନନ୍ତନାଗରେ ନମାଜ ପାଠ କରିବା ପାଇଁ ଯାଉଥିଲେ। ବାଟରେ ତାଙ୍କ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ଜବାବରେ ତାଙ୍କ ପିଏସଓ ଗୁଳି ବିନିମୟ କରିଥିଲେ। ତେବେ ଗୁଳି ମାଡ଼ରେ ତାଙ୍କ ପିଏସଓର ମୃତ୍ୟୁ ଘଟିଛି। ଏହାପୂର୍ବରୁ ଅନନ୍ତନାଗର କୋକରନାଗରେ ଆତଙ୍କବାଦୀମାନେ ନ୍ୟାସନାଲ କନଫ୍ରେନ୍ସର ନେତା ସୟଦ ତୌକରୀ ଶାହଙ୍କ ଉପରେ ଆକ୍ରମଣ କରିଥିଲେ ଓ ଏଥିରେ ତାଙ୍କ ପିଏସଓର ମୃତ୍ୟୁ ଘଟିଥିଲା। ଗତ କିଛି ଦିନ ହେବ ରାଜନୈତିକ ଦଳର ନେତାଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ତେଣୁ ରାଜନେତାଙ୍କୁ ସତର୍କ ରହିବାକୁ କୁହାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.