May 18, 2024

ଆତଙ୍କବାଦ ଶେଷ ସମୟରେ ପହଞ୍ଚିଲାଣି ; ଯୋଗୀ ଆଦିତ୍ୟନାଥ

1 min read
Yogi-Adityanath-Aajira-Odisha

ଆଓରି-ନୂଆଦିଲ୍ଲୀ(୨୩/୦୨) : ପୁଲଓ୍ୱାମା ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଦେଶରେ ଶୋକ ଖେଳିଯାଇଛି । ବହୁ ନେତା-ମନ୍ତ୍ରୀ ଆତଙ୍କବାଦ ଦମନ ପାଇଁ ବଡ଼ବଡ଼ କଥା ମଧ୍ୟ କହୁଛନ୍ତି । ଲକ୍ଷ୍ନୌ ସ୍ଥିତ ଆଇଆଇଟି କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥିବା ବେଳେ ପୁଲଓ୍ୱାମା ସମ୍ପର୍କରେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ ଯୋଗୀ । ଏହି ସମୟରେ ଯୋଗୀଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ଆତଙ୍କବାଦର ମୂଳପୋଛ ପାଇଁ ନରେନ୍ଦ୍ର ମୋଦି ସରକାର କି କି ପଦକ୍ଷେପ ନେଇଛନ୍ତି, ଏ ସମ୍ପର୍କରେ ଯୋଗୀ ଆଦିତ୍ୟନାଥ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସହ ଭାବବିନିୟମ କରିଥିଲେ । ଏହି ସମୟରେ ଜଣେ ଛାତ୍ର ପଚାରିଥିଲେ ଯେ, ‘ଆତଙ୍କବାଦୀ ଆକ୍ରମଣ ପ୍ରାୟ ସବୁ ବେଳେ ଘଟୁଛି । ଆକ୍ରମଣ ପରେ ଆମେ ତଦନ୍ତ କରିବା ସହ ପାଟିତୁଣ୍ଡ ହେଉଛି । ତା’ପରେ ପୁଣିଥରେ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଆପଣଙ୍କ ସରକାର ଏହାକୁ ରୋକିବାକୁ କି ପଦକ୍ଷେପ ନେଇଛି ?”

ଏହାର ଉତ୍ତର ଦେଇ ଯୋଗୀ କହିଥିଲେ,“କଶ୍ମୀରରେ ସ୍ଥିତି ବର୍ତ୍ତମାନ ଏମିତି ହୋଇଛି ଯେ ଯେମିତି ଦୀପ ଲିଭିଲା ବେଳକୁ ଜୋର୍‌ରେ ଜଳିଥାଏ । ଆତଙ୍କବାଦ ଏବେ ଶେଷ ଅବସ୍ଥାରେ ପହଞ୍ଚିଲାଣି । ନରେନ୍ଦ୍ର ମୋଦି ସରକାର ଆତଙ୍କବାଦର ମୂଳପୋଛ କରିବାକୁ ପ୍ରତିଜ୍ଞା କରିଛନ୍ତି।”

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.