ଅପରାଧ

ବଟି ଆଦାୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କନ୍ଦଳ

ଆ.ଓ.ରି(ତା୧୬|୫)-ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜ୍ଞାପନ ଲିପଲେଟ୍ ବଣ୍ଟାକୁ ନେଇ ରାଜନୀତି। ବିଜୁ ଛାତ୍ର ଜନତା ଦଳରେ ଫାଟ। ଦୁଇଫାଳ ହୋଇଛି ବିସିଜେଡି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଘରୋଇ ଶିକ୍ଷାନୁଷ୍ଠାନର ଲିଫଲେଟ୍‌ ବଣ୍ଟାଯିବାବେଳେ ବେଆଇନ ଭାବରେ ଆଦାୟ ହେଉଥିବା ବଟିକୁ ବିରୋଧ କରିଛନ୍ତି ବିସିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା ଓ ତାଙ୍କର ସମର୍ଥକ।ଫଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ଥିବା ସୌମ୍ୟରଞ୍ଜନ ମହାପାତ୍ର ଓ କଳ୍ପତରୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି କନ୍ଦଳ।  ପରେ କନ୍ଦଳରୁ ଗଣ୍ଡଗୋଳ ପର୍ଯ୍ୟନ୍ତ ଯାଇଥିଲା। ଏନେଇ ସୌମ୍ୟରଞ୍ଜନ ଜଣେ ଛାତ୍ରଙ୍କୁ ଅପହରଣ କରାଯାଇଥିବା ନେଇ ଡିସିପି ଅଫିସ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ ପୋଲିସ ପକ୍ଷରୁ କଳ୍ପତରୁଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଛି।ତେବେ ପୋଲିସ ଅନ୍ୟାୟ ଭାବରେ ଗିରଫ କରିଥିବା ଦର୍ଶାଇ ପ୍ରତିବାଦ ସ୍ୱରୁପ କଳ୍ପତରୁଙ୍କ ସମର୍ଥକ ବିଜେବି କଲେଜ ସମ୍ମୁଖରେ  ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button