ପୋଲାଭରମ ବିରୁଦ୍ଧରେ ଓଡ଼ିଶା ସହ ସାମିଲ ହେଲା ତେଲେଙ୍ଗାନା
1 min read
ଭୁବନେଶ୍ୱର,୫।୨(ବ୍ୟୁରୋ) ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପ ପୋଲାଭରମ ଯୋଗୁ ଉଭୟ ଓଡ଼ିଶା ଏବଂ ପଡୋଶୀ ତେଲେଙ୍ଗାନାର କ୍ଷତି ହେବାକୁ ଯାଉଛି। ଏଥିପାଇଁ ଉଭୟ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ଅବଗତ କରାଯାଇ ସମାଧାନ ପାଇଁ ମଧ୍ୟ ଅନୁରୋଧ କରାଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ଆଗ୍ରହ ପ୍ରକାଶ କରୁ ନଥିବା ଜଣାପଡିଛି।
ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ତେଲେଙ୍ଗାନା ପ୍ରତିନିଧି ଟି.ରାମଚନ୍ଦ୍ର ସୂଚନା ଦେଇଛନ୍ତି ଯେ ତେଲେଙ୍ଗାନା ଓ ଓଡ଼ିଶା ପୋଲାଭରମ୍ ନେଇ ରହିଥିବା ଦାବିଗୁଡିକୁ ଏକାଠି କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ|