ରାଜନୀତିରାଜ୍ୟ

ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶଖର ରାଓ

ଆଓରି-ଭୁବନେଶ୍ଵର(୨୩/୧୨) : ଓଡ଼ିଶା ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶଖର ରାଓ (କେସିଆର) ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଂଚିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆର ସପରିବାର ସହିତ ଭୁବନେଶ୍ୱର ଆସିଛନ୍ତି। ବିଶାଖାପାଟଣାରୁ ଏକ ସ୍ୱତନ୍ତ୍ର ବିମାନରେ ସେ ଆସିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ସେ ଏକ ହୋଟେଲକୁ ଯାଇଛନ୍ତି।

ମମତାଙ୍କ ସହ ସାକ୍ଷତ ପରେ ୨୫ ତାରିଖରେ ବିଏସପି ମୁଖ୍ୟ ଏବଂ ସପା ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ ପୂର୍ବରୁ କେସିଆର୍ ଆଂଚଳିକ ଦଳର ନେତାଙ୍କୁ ଭେଟିବା ହୁଏତ ଏକ ବଡ ବାର୍ତା ନେଇ ଆସୁଛି । କେ. ଚନ୍ଦ୍ରଶେଖର ରାଓ, ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ବାନାର୍ଜୀ, ନିଜ ନିଜ ରାଜ୍ୟରେ କଂଗ୍ରେସ ଓ ବିଜେପିକୁ ଅଟକାଇ ରଖିବାରେ ସଫଳ ହୋଇଥିବା ୩ ପ୍ରମୁଖ ନେତା । ଆଉ ଏହି ତିନି ନେତା ଯଦି ୨୦୧୯ ନିର୍ବାଚନ ପୂର୍ବରୁ ଏକାଠି ଗୋଟିଚାଳନା କରନ୍ତି, ତେବେ ବିଜେପିର ପୂର୍ବାଚଂଳ ଦଖଲକୁ ଏକ ବଡ ଚେକ୍ ଦେଇପାରିବେ ଏଥିରେ କୌଣସି ସନ୍ଦେହ ନାହିଁ ।

ସବୁଠାରୁ ରୋଚକ ହେଉଛି ନବୀନ ନିବାସରେ ରାତ୍ରୀଯାପନ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଯାହା ଆହୁରୀ ରାଜନୈତିକ ହଟଚମଟ ସୃଷ୍ଟି କରିଛି । କାରଣ ପୂର୍ବରୁ ନେତାମାନେ କାର୍ଯ୍ୟକ୍ରମରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ ନିବାସରେ ରାତ୍ରୀଯାପନ କରିବାର ନଜିର ନାହିଁ । କୁହାଯାଉଛି-କେସିଆର୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଗାମୀ ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିବେ । ଆଉ ଏହି ଚର୍ଚ୍ଚା-ଆଲୋଚନା ଭିତରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ନହେବ, ତାହା ବି କହିବା ମୁସ୍କିଲ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। କେସିଆର ସୋମବାର ପୁରୀ ଯାଇ ଶ୍ରୀଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ସେ ସନ୍ଧ୍ୟାରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିବେ। କୋଲକତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button