Uncategorized

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ତେଜସ୍ବିନୀଙ୍କୁ ସ୍ବର୍ଣ୍ଣ

ଆଓରି(ତା୧୪|୪)- ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁକ୍ରବାର ଅନୁଷ୍ଠିତ ୫୦ ମିଟର ରାଇଫଲ ୩ ପୋଜିଶନରେ ଭାରତର ତେଜସ୍ବିନୀ ସାଓ୍ବନ୍ତ ସ୍ବର୍ଣ୍ଣ ଓ ଅଞ୍ଜୁମ୍‌ ମୁଦଗିଲ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଦୁଇ ଭାରତୀୟ ୧-୨ ଫିନିଶ୍‌ କରିଥିବାବେଳେ ୩୭ ବର୍ଷୀୟ ତେଜସ୍ବିନୀ ୪୫୭.୯ ପଏଣ୍ଟ ଶୁଟ୍‌ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସହ ସ୍ବର୍ଣ୍ଣ ଜିତିଛନ୍ତି। ମୁଦଗିଲ ୪୫୫.୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍କଟଲାଣ୍ଡର ୪୪୪.୬ ପଏଣ୍ଟ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତେଜସ୍ବିନୀଙ୍କ ପାଇଁ ଏହା ହେଉଛି ୭ମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ। ସେ ୨୦୦୬ରେ ୨ଟି ସ୍ବର୍ଣ୍ଣ ପାଇଥିବାବେଳେ ୨୦୧୦ରେ ୨ଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଠାରେ ଗୁରୁବାର ସେ ୫୦ ମିଟର ରାଇଫଲ ପ୍ରୋନ୍‌ରେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ। ଅନ୍ୟପକ୍ଷରେ ମୁଦଗିଲ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ପ୍ରଥମ ପଦାର୍ପଣରେ ପ୍ରଥମ ପଦକ ସ୍ବାଦ ଚାଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button