ବାଣିଜ୍ୟ

ଟାଟା ମୋଟର୍ସ ନୂତନ ଲିମିଟେଡ୍‌ ଏଡିସନ୍‌ ନେକ୍ସନ କ୍ରାଜର ବଜାର ପ୍ରବେଶ

ଆଓରି-ନୂଆଦିଲ୍ଲୀ(୮/୯) : ଟାଟା ମୋଟର୍ସ ପକ୍ଷରୁ ପିକ୍‌ ଅପ୍‌ ଶ୍ରେଣୀର ନୂତନ ନୂତନ ଲିମିଟେଡ୍‌ ଏଡିସନ୍‌ ନେକ୍ସନ କ୍ରାଜର ବଜାର ପ୍ରବେଶ କରାଯାଇଛି। ଜେନନ୍‌ ବ୍ରାଣ୍ଡର ବଜାର ପ୍ରବେଶର ଏକବର୍ଷ ପୂରଣ ଅବସରରେ କମ୍ପାନୀ ଏହି ନୂତନ ଉତ୍ପାଦକୁ ପ୍ରସ୍ତୁତ କରିଛି। ଏହା ବଜାରରେ ସେପ୍ଟେମ୍ବର୫ ତାରିଖ ଠାରୁ ଉପଲବ୍ଧ ହେଉଛି। ଏହା କ୍ରାଜ ଏବଂ କ୍ରାଜ ପ୍ଲସ୍‌ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଥିବାବେଳେ ଏହାର ପେଟ୍ରୋଲ ଭର୍ସନ୍‌ର ମୂଲ୍ୟ ୭.୧୪ ଲକ୍ଷ ଏବଂ ଡିଜେଲ୍‌ ଭର୍ସନ୍‌ର ମୂଲ୍ୟ ୮.୦୭ ଲକ୍ଷ ଟଙ୍କା ରହିଛି। ଏହାର ଟ୍ରୋମସ୍‌ ବ୍ଲାକ୍‌ କଲର ବଡି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ। ଏଥିରେ ସ୍ପୋର୍ଟି ସୋନିକ୍‌-ସିଲଭର କଲରର ଡୁଆଲ୍‌ ଟୋନ୍‌ ରୁଫ୍‌ ରହିଛି। ଏଥିରେ୧୧୦ପିଏସ୍‌ ଏବଂ ୬ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌ ତଥା ଗ୍ରାଉଣ୍ଡ୍‌ କି୍ଲୟରାନ୍ସ୍‌ ୨୦୯ ଏମ୍‌ଏମ୍‌ ରହିଛି। ନେକ୍ସନ କ୍ରାଜର ୧୧୦ପିଏସ୍‌ ଟ୍ରୁବୋଚାର୍ଜଡ୍‌ ଇିନ୍‌, ୧.୫ଲିଟର ରେଭୋଟର୍କ ଡିଜେଲ ଇିନ୍‌, ୧.୨ ଲିଟର ରେଭୋଟର୍କ ପେଟ୍ରୋଲ ଇିନ୍‌, ୬ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌, ଇକୋ ମୋଡ୍‌,୨୦୯ ଏମ୍‌ ଏମ୍‌ ଗ୍ରାଉଣ୍ଡ୍‌ କି୍ଲୟରାନ୍ସ, ୪ ସ୍ପିକର ସହିତ ହାରମନ୍‌, ବ୍ଲୁଟୁଥ୍‌ ଏବଂ ଷ୍ଟିୟରିଂ ମାଉଣ୍ଟେଡ କଣ୍ଟ୍ରୋଲ ସୁବିଧା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button