March 24, 2023

ଟାଟା ମୋଟର୍ସ ପକ୍ଷରୁ ବଜାରକୁ ଆସିଲା ନୂଆ ହେକ୍ସା ଏକ୍ସଏମ୍‌ ପ୍ଲସ୍‌

1 min read
Aajira-Odisha
ଆଓରି-ନୂଆଦିଲ୍ଲୀ(୩୦/୧୦) : ପ୍ରମୁଖ କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ବଜାରକୁ ଆସିଛି ନୂଆ ହେକ୍ସା ଏକ୍ସଏମ୍‌ ପ୍ଲସ୍‌। ଲାଇଫ୍‌ ଷ୍ଟାଇଲ ଏସ୍‌ୟୁଭି ବର୍ଗରେ ଉକ୍ତ ମଡେଲକୁ କମ୍ପାନୀ ବଜାରକୁ ଆଣିଛି। ମଡେଲରଟିର ଏକ୍ସ ଶୋ’ରୁମ ଦିଲ୍ଲୀ ମୂଲ୍ୟ ୧୫.୨୭ ଲକ୍ଷ ଟଙ୍କା ରହିଛି। ପାର୍ବଣ ଉପଲକ୍ଷେ ଏହା ବଜାରକୁ ଆସିଥିବା ବେଳେ ଏଥିରେ ଗ୍ରାହକମାନେ ପ୍ରମୁଖ ଲକଜ୍ୟୁରି ଫିଚର ଲାଭ କରିପାରିବେ। ସହରୀ ଗ୍ରାହକଙ୍କୁ ନଜରରେ ରଖି କମ୍ପାନୀ ମଡେଲରେ ଷ୍ଟ୍ରାଇକିଂ ଏକ୍ସଟେରିୟର, ବିଳାସପୂର୍ଣ୍ଣ ଇଣ୍ଟେରିୟର, ଫ୍ରଣ୍ଟ ଫଗ୍‌ ଲ୍ୟାମ୍ପ, ରିଭର୍ସ ପାର୍କିଂ ସେନସର, କ୍ରୁଜ୍‌ କଣ୍ଟ୍ରୋଲ, ଅଟୋମେଟିକ୍‌ ହେଡ୍‌ ଲ୍ୟାମ୍ପ, ରେନ ସେନସିଂ ୱ୍ହିସ୍ପର ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ପ୍ରଦାନ କରିଛି। ନୂଆ ମଡେଲ ଦ୍ୱାରା ଗ୍ରାହକଙ୍କ ଚାହିଦା ପୂରଣ ଦିଗରେ କାର୍ଯ୍ୟ କରୁଛୁ ବୋଲି କମ୍ପାନୀର ପାସେଞ୍ଜର ଭେଇକିଲ୍‌ ୟୁନିଟ୍‌ ସେଲସ ସର୍ଭିସ ଉପସଭାପତି ଏସ୍‌.ଏନ୍‌ ବର୍ମନ ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.