ରାକ୍ଷୀଙ୍କ ବିରୋଧରେ ୧୦ କୋଟି ଟଙ୍କାର ଏକ ମାନହାନୀ ମକଦ୍ଦମା ଦାୟର କଲେ ତନୁଶ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୨୨/୧୦) : ଏବେ “ମି ଟୂ” କୁ ନେଇ ସରଗରମ ଥିବା ବଲିଉଡ ପୁଣି ଥରେ ଆସିଛି ଚର୍ଚ୍ଚାକୁ। ଏହି କ୍ୟାମ୍ପେନରେ ସର୍ବ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ପରଦାରେ କେହି ତାଙ୍କୁ ଏତେଟା ନଜର କରି ନ ଥିଲେ ବି ସେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଲଗାଇବା ପରେ ହୋଇଗଲେ ଖୁବ୍ ଚର୍ଚ୍ଚିତ। ତାଙ୍କ ପରେ ଜଣେ ପରେ ଜଣେ ଅଭିନେତ୍ରୀ ଆଣିଲେ “ମି ଟୂ” ଅଭିଯୋଗ। ଆଉ ଏଥିରେ ଛନ୍ଦି ହୋଇଗଲେ ଗାୟକଠାରୁ ନିର୍ଦ୍ଦେଶକ ପର୍ଯ୍ୟନ୍ତ ବହୁଲୋକ। ହେଲେ ତନୁଶ୍ରୀଙ୍କ ଅଭିଯୋଗ ପରେ ଆଇଟମ୍ କୁଇନ୍ ରାକ୍ଷୀ ସାୱନ୍ତ ତନୁଶ୍ରୀଙ୍କୁ କିଛି ଓଲଟା ସିଧା କହି ବସିଲେ। ସୋସିଆଲ ମିଡିଆ ଠାରୁ ଖବରଦାତାଙ୍କ ପର୍ଯ୍ୟନ୍ତ ସବୁଠି ତନୁଶ୍ରୀଙ୍କ ପାଇଁ ରାକ୍ଷୀ ଅପଶବ୍ଦ ବ୍ୟବହାର କଲେ। ସବୁ ଶୁଣି କିଛି ସମୟ ଚୁପ୍ ରହିବା ପରେ ଏବେ ମୁହଁ ଖୋଲିଛନ୍ତି ତନୁଶ୍ରୀ। କଥାରେ ନୁହେଁ ସିଧା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ତନୁଶ୍ରୀ। ତାଙ୍କ ପାଇଁ ରାକ୍ଷୀ ଅପଶବ୍ଦ ବ୍ୟବହାର କରି ଅପମାନ କରିଥିବାରୁ ସେ ଏବେ ରାକ୍ଷୀଙ୍କ ବିରୋଧରେ ୧୦ କୋଟି ଟଙ୍କାର ଏକ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ଏହା ଶୁଣିବା ପରେ ଚମକି ପଡିଛନ୍ତି ଆଇଟମ୍ କୁଇନ୍ ।