ଠିକ୍ ସମୟରେ ଅଳ୍ପ ଅଳ୍ପ କରି ୫ ରୁ ୬ ଥର ଖାଇବା ସ୍ୱାସ୍ଥ୍ୟ ନିମନ୍ତେ ଲାଭ ଦାୟକ
1 min read
ବହୁ ଲୋକେ ପ୍ରାୟ ଦିନକୁ ୩ଥର ଖାଦ୍ୟ ଖାଇ ଥାଆନ୍ତି। କେତେକ ଅଳ୍ପ ଅଳ୍ପ କରି ୪ରୁ ୫ ଥର ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି । ୩ ଥର ଖାଇଲେ ଭଲ ଭାବେ ଖାଦ୍ୟ ହଜମ ହୋଇଥାଏ ବୋଲି କିଛି ଲୋକ ଭାବି ଥାଆନ୍ତି। ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ ମତରେ ଦିନକୁ ଠିକ୍ ସମୟରେ ଅଳ୍ପ ଅଳ୍ପ କରି ୫ ରୁ ୬ ଥର ଖାଇବା ସ୍ୱାସ୍ଥ୍ୟ ନିମନ୍ତେ ଲାଭ ଦାୟକ ଅଟେ। ଏପରି ଖାଇଲେ ଶରୀର ସୁସ୍ଥ ରହିବା ସହ ଏହାର ଶରୀର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା (ମେଟାବୋଲିଜିମ୍ )କୁ ବୃୃଦ୍ଧି କରାଇଥାଏ ।
- ରକ୍ତରେ ଶର୍କରାର ମାତ୍ରା ସଠିକ ରହିଥାଏ।
- ଶକ୍ତିର ମାତ୍ରା ବଢିଥାଏ।
- ପେଟ ଜନିତ ସମସ୍ୟା ହୋଇନଥାଏ।
- ମସ୍ତିକ ସୂଚାରୁ ରୂପେ କାର୍ଯ୍ୟ କରିଥାଏ।
- ସ୍ମରଣ ଶକ୍ତି ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।
- ମଧୁମେହ ରୋଗୀ ମାନେ ୫ ରୁ ୬ ଥର ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ଠିକ୍ ରହିଥାଏ।
- ହାଲିଆ ଲାଗି ନଥାଏ।
- କାର୍ଯ୍ୟ କରିବାକୁ ବିରକ୍ତ ଭାବ ଆସି ନଥାଏ।