ସ୍ୱାସ୍ଥ୍ୟ

ଅଧିକ ଦିନ ବଞ୍ଚିବାକୁ ଚାହାଁନ୍ତି କି ? ଖାଆନ୍ତୁ ଏହି ପତ୍ର

ଆ.ଓ.ରି(ତା୨୭|୫)-

ଆପଣ ଜାଣନ୍ତି କି, ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ଏକ ଔଷଧୀୟ ଗୁଳ୍ମ ଅମୃତ ଭଳି କାମ କରେ। ଏହା ମଣିଷକୁ ସାରା ଜୀବନ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ। ଏହି ଔଷଧ ଆମ ହାତ ପାହାନ୍ତାରେ ରହିଛି, କିନ୍ତୁ ଆମେ ଏହାକୁ ବ୍ୟବହାର କରୁନୁ। ଏହି ମହୌଷଧି ହେଉଛି ବ୍ରାହ୍ମୀ । ବ୍ରାହ୍ମୀ ଦୁଇ ପ୍ରକାରର । ତେବେ ଏସିଆ ମହାଦେଶରେ ଏହି ( ଫଟୋରେ ଦେଖାଯାଉଥିବା) ଗୁଳ୍ମର ବହୁଳ ଭାବେ ବ୍ୟବହାର କରାଯାଏ I ଭାରତ ସମେତ ଚୀନ, ଇଣ୍ଡୋନେସିଆ ଶ୍ରୀଲଙ୍କାରେ ଏହି ଗୁଳ୍ମର ଲୋକପ୍ରିୟତା ବହୁତ I

ବ୍ରାହ୍ମୀ ବିଶେଷ କରି ସନ୍ତସନ୍ତିଆ ସ୍ଥାନରେ ହୁଏ।  ସେଥିପାଇଁ ଏହାକୁ ଜଳବ୍ରାହ୍ମୀ କୁହାଯାଏ । ଓଡ଼ିଶାରେ ଏହା ଥାଲକୁଡ଼ି ନାଁରେ ପରିଚିତ ।  ତେବେ ଏହା ଦେଖିବାକୁ ଘୋଡାର ପାଦ ଚିହ୍ନ ଭଳି ହୋଇଥିବାରୁ କେହି କେହି ଏହାକୁ ଘୋଡ଼ାଟାପୁ ପତ୍ର ବୋଲି କୁହନ୍ତି । ସମାଜ ସଂସ୍କାରକ ତଥା ଧର୍ମ ସଂସ୍କାରକ ଠାକୁର ଅନୁକୁଳଚନ୍ଦ୍ର ତାଙ୍କ ଅନୁଗାମୀମାନଙ୍କୁ ଥାଲକୁଡ଼ି ପତ୍ର ପ୍ରତିଦିନ ସେବନ କରିବାକୁ ପରାମର୍ଶ ଦେଇଛନ୍ତି I ଏହା ମଣିଷକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ ।

ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ । ତେବେ ଗର୍ଭବତୀ ମହିଳାଙ୍କୁ ଖାଇବକୁ ମନା କରାଯାଇଛି। ପ୍ରତିଦିନ ଏହି ପତ୍ରର ରସ ଦୁଇ ଚାମଚ ପର୍ଯ୍ୟନ୍ତ ଖାଇପାରିବେ । ପ୍ରତିଦିନ ୨ରୁ ୪ ଗ୍ରାମ୍ ପର୍ଯ୍ୟନ୍ତ ପତ୍ର ଖାଲିପେଟରେ ଖିଆଯାଇପାରେ। କୌଣସି ନିର୍ଦ୍ଦିଷ୍ଟ ରୋଗ ଥିଲେ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇପାରେ।  ଏହି ଔଷଧ କ୍ୟାପସୁଲ ଆକାରରେ ମଧ୍ୟ ମିଳୁଛି ।

ବ୍ରାହ୍ମୀର ଉପକାରିତା 

୧-ବ୍ରାହ୍ମୀ ସେବନ ଦ୍ୱାରା ଶରୀର ସୁସ୍ଥ ରୁହେ ଓ ମଣିଷ ଦୀର୍ଘାୟୁ ହୁଏ I ମଣିଷର ମନ ବା ମୁଡ ଉପରେ ପ୍ରଭାବ ପକାଉ ଥିବାରୁ ମନ ପ୍ରଫୁଲ୍ଲ ରହିଥାଏ। ଚୀନରେ ଏହାକୁ ଫାଉଣ୍ଟେନ ଅଫ ୟୁଥ କୁହାଯାଏ I ବିଶ୍ୱର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ଲୋକ ଲି ଚିଂ ଯୁଏନ ଏହାକୁ ଦୈନନ୍ଦିନ ସେବନ କରୁଥିବା ପ୍ରମାଣ ରହିଛି । ଲି ଚିଂ ପାଖାପାଖି ଦୁଇ ଶହ ବର୍ଷ ବଞ୍ଚିଥିଲେ I ଲି ଚିଂ ଚୀନର ଜଣେ ଆୟୁର୍ବେଦ ଔଷଧ ସଂଗ୍ରାହକ ତଥା ମାର୍ଶାଲ ଆର୍ଟ ମାଷ୍ଟର ଭାବେ ପରିଚିତ ଥିଲେ।

୨-ଏହି ଔଷଧୀୟ ଗୁଳ୍ମ ଉପରେ ପୂର୍ବରୁ ବହୁ ଗବେଷଣା ହୋଇଛି। ଏହା ଆତ୍ମବିଶ୍ୱାସ ଓ ବୁଦ୍ଧି ବଢାଏ, ସ୍ମରଣ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ପ୍ରତିଦିନ ସେବନ କଲେ ମଣିଷ ବିଚକ୍ଷଣ ପ୍ରତିଭାଧାରୀ ହୁଏ I  ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଏହାକୁ ସେବନ କରିବା ଉଚିତ I ଆୟୁର୍ବେଦ ଗ୍ରନ୍ଥ ସୁଶ୍ରୁତ ସଂହିତା ଏହାକୁ ମେଧାବର୍ଦ୍ଧକ ଔଷଧର ମାନ୍ୟତା ଦେଇଛି । ଏହା ଏକ ମେଧାବର୍ଧକ ଟନିକ I ଏଥିରୁ ତିଆରି ମେଧାବର୍ଦ୍ଧକ ଔଷଧ ହଜାର ହଜାର ଟଙ୍କା ଦରରେ ଦେଶ ବିଦେଶରେ ବିକ୍ରି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button