ମନୋରଞ୍ଜନ

ଆଗାମୀ ବର୍ଷ ମୁକ୍ତିଲାଭ କରିବ ସେରା ନରସିହ୍ମା ରେଡ୍ଡି ଚଳଚ୍ଚିତ୍ର

ଆଓରି-ନୂଆଦିଲ୍ଲୀ(୨୨/୮) : ବାହୁବଳୀ ଚଳଚ୍ଚିତ୍ର ପରଦାକୁ ଆସିବା ପରେ ଭାରତୀୟ ସିନେମା ନିର୍ମାଣର ଏକ ନୂଆଧାରା ସୃଷ୍ଟି ହୋଇଛି। ଏହି ଧାରାରେ ଦକ୍ଷିଣ ଭାରତରେ ଅନ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଟଲିଉଡ ସୁପରଷ୍ଟାର ଚିରଞ୍ଜୀବୀ ଅଭିନୀତ ‘ସେରା ନରସିହ୍ମା ରେଡ୍ଡି’ ଚଳଚ୍ଚିତ୍ରର ଟିଜର ପରଦାକୁ ଆସିଛି। ଭାରତର ସ୍ୱାଧୀନତା ସଂଗ୍ରାମୀ ସେରା ନରସିଂହା ରେଡ୍ଡିଙ୍କ ଜୀବନ କାହାଣୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ୧୮୦୦ଶତାବ୍ଦୀର ଏହି କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି । ୧୮୫୭ରେ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମର ୧୦ ବର୍ଷ ପୂର୍ବରୁ ନରସିହ୍ମା ରେଡ୍ଡି ଇଂରେଜଙ୍କ ବିରୋଧରେ ସଂଗ୍ରାମ କରିଥିଲେ ଏହାକୁ ଚଳଚ୍ଚିତ୍ରରେ ପ୍ରଦର୍ଶନ କରାଯାଇଛି । ସୁରେନ୍ଦ୍ର ରେଡ୍ଡିଙ୍କ ନିର୍ଦେଶନାରେ ନିର୍ମାଣ କରାଯାଇଥିବା ଏହି ଚଳଚ୍ଚିତ୍ରରେ ରାମ ଚରଣ, ବିଜୟ ଶପ୍ତଥି, ଜଗପତି ବାବୁ, ନୟନତାରା ଆଦି କଳାକାର ଅଭିନୟ ଦର୍ଶକ ଦେଖିବାକୁ ପାଇବେ। ଆଗାମୀ ବର୍ଷ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button