March 23, 2023

ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସ୍ଵତନ୍ତ୍ର ଦେବ ସିଂହ ଏବଂ ଚନ୍ଦ୍ରକାନ୍ତ ପାଟିଲ

1 min read

ଆଓରି-ନୂଆଦିଲ୍ଲୀ(୧୬/୦୭) : ବିଜେପି କେତେକ ରାଜ୍ୟରେ ଏହାର ନେତୃତ୍ଵ ପରିବର୍ତ୍ତନ କରିଛି। ବିଶେଷକରି ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଦଳ ପକ୍ଷରୁ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଛି। ସ୍ଵତନ୍ତ୍ର ଦେବ ସିଂହଙ୍କୁ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଚନ୍ଦ୍ରକାନ୍ତ ପାଟିଲ ମହାରାଷ୍ଟ୍ର ବିଜେପିର ମଙ୍ଗ ଧରିଛନ୍ତି। ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ଥିବା ମହେନ୍ଦ୍ରନାଥ ପାଣ୍ଡେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ଦଳ ଅଧ୍ୟକ୍ଷ ପଦ ପାଇଁ ନୂଆ ଚେହେରା ଖୋଜୁଥିଲା। ସ୍ଵତନ୍ତ୍ର ଦେବ ସିଂହ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ପରିବହନ ମନ୍ତ୍ରୀ ଏବଂ ମଧ୍ୟପ୍ରଦେଶ ପ୍ରଭାରୀ ମଧ୍ୟ ରହିଥିଲେ।

ସେହିପରି ମହାରାଷ୍ଟ୍ର ଅଧ୍ୟକ୍ଷ ଥିବା ରାଓସାହେବ ପାଟିଲ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀପଦ ପାଇବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଚନ୍ଦ୍ରକାନ୍ତଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ଡିସେମ୍ବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଚନ୍ଦ୍ରକାନ୍ତଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ। ବିଜେପିର ‘ଏକ ବ୍ୟକ୍ତି ଏକ ପଦ’ ନୀତି ଆଧାରରେ ଏହି ପରିବର୍ତ୍ତନ କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.