ଅପରାଧଜାତୀୟ

ବୁଲନ୍ଦସର ହିଂସାକାଣ୍ଡରେ ସମ୍ପୃକ୍ତ ସନ୍ଦିଗ୍ଧ ସୈନିକ ଜମ୍ମୁ ଓ କଶ୍ମୀରରେ ଅଟକ

ଆଓରି-ନୂଆଦିଲ୍ଲୀ(୮/୧୨) : ଉତ୍ତର ପ୍ରଦେଶର ବୁଲନ୍ଦସର ହିଂସାକାଣ୍ଡରେ ଜଣେ ପୁଲିସକୁ ହତ୍ୟା କରିଥିବା ସନ୍ଦେହରେ ସେନାର ଜଣେ ସୈନିକଙ୍କୁ ଜମ୍ମୁ ଓ କଶ୍ମୀରସ୍ଥିତ ତାଙ୍କ ୟୁନିଟ୍‌ ତାଙ୍କୁ ଅଟକ ରଖିଛି। ଶନିବାର ଦିନ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସକୁ ହସ୍ତାନ୍ତର କରାଯିବ।

ସୋପୋରସ୍ଥିତ ୨୨ ରାଷ୍ଟ୍ରୀୟ ରାଇଫଲ୍‌ ଆର୍ମି କ୍ୟାମ୍ପ୍‌ରେ ଜିତେନ୍ଦ୍ର ମଲ୍ଲିକ ଓରଫ ଜିତୁ ଫୌଜିଙ୍କୁ ଅଟକ ରଖାଯାଇଛି।  ହିଂସାକାଣ୍ଡରେ ଇନ୍‌ସ୍‌ପେକ୍ଟର୍‌ ସୁବୋଧ କୁମାର ସିଂହ ଏବଂ ଜଣେ ୨୨ ବର୍ଷିୟ ସ୍ନାତକ କରୁଥିବା ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଏକା ପ୍ରକାର ବୋର୍‌ (. ୩୨) ପିସ୍ତଲ ଯୋଗେ ଉଭୟଙ୍କୁ ହତ୍ୟା କରାଯାଇଥିବା କଥା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ କହିଥିଲା। ଉକ୍ତ ପିସ୍ତଲ୍‌ ଜିତୁ ଫୌଜିଙ୍କର ବୋଲି ପୁଲିସ ବିଶ୍ୱାସ କରୁଛି। ସେ ହିଁ ଗୁଳି ଚଳାଇ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଢେଲା ମାଡ଼ ଯୋଗୁଁ ତାଙ୍କ ଦେହରେ ୪ ରୁ ୬ ଜାଗା ଆଘାତ ଲାଗିଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହି ମାମଲାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ବୋଲି କହିଛନ୍ତି ଏବଂ ଏଥିରେ ସମ୍ପୃକ୍ତ କୌଣସି ଦୋଷୀଙ୍କୁ ଛଡ଼ା ଯିବ ନାହିଁ ବୋଲି ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button