ଜାତୀୟ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୁଷମା ସ୍ୱରାଜଙ୍କ ଦୁର୍ଲଭ ଫଟୋ

ଆଓରି-ନୂଆଦିଲ୍ଲୀ(୦୭/୦୮): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି । ସୁଷମାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ଏବେ ନିସ୍ତବ୍ଧ ହୋଇଯାଇଛି । ନିଜ ପ୍ରିୟ ନେତ୍ରୀଙ୍କୁ ହରାଇବା ପରେ ବିଜେପି ଶିବିରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ବିଭିନ୍ନ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କ ନିଧନ ନେଇ ଶୋକପ୍ରକାଶ କରିଛନ୍ତି । ଏହାରି ଭିତରେ ତାଙ୍କ ବିଷୟରେ ବହୁତ ରୋଚକ ତଥା ସାହସିକପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିଭିନ୍ନ ପ୍ରସଙ୍ଗ ସହ ବିଭିନ୍ନ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । । ସେମଧ୍ୟରୁ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁନିଆକୁ ଭାରତ ନାରୀଶକ୍ତିର ଝଲକ ଦେଖାଇଛି ।

୨୦୧୪ରୁ ୨୦୧୯ ମଧ୍ୟରେ ବିଦେଶ ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ନିଜ କାର୍ଯ୍ୟକାଳ ବହୁତ ପ୍ରସଙ୍ଗରେ ବିଦେଶ ଗସ୍ତ କରିଥିଲେ । ୨୦୧୮ରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନର ବୈଠକ ଥିବା ସମୟରେ ସେ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ଚୀନ, କାଜାକିସ୍ତାନ, ରୁଷ, ତଜାକିସ୍ତାନ ଭଳି ୧୦ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ଥିଲେ । କିନ୍ତୁ ସେ ମଧ୍ୟରେ ଏକମାତ୍ର ମହିଳା ମନ୍ତ୍ରୀ ଭାବେ ସୁଷମା ଭାରତକୁ ପ୍ରତିନିଧିତ୍ୱ କରୁଥିଲେ । ସେହି ସମୟରେ ୯ବିଦେଶ ମନ୍ତ୍ରୀଙ୍କ ସହ ଏକମାତ୍ର ମହିଳା ମନ୍ତ୍ରୀ ଭାବେ ସୁଷମାଙ୍କ ଫଟୋକୁ ବହୁତ ପସନ୍ଦ କରାଯାଇଥିଲା । ସାରା ବିଶ୍ୱରେ ଭାରତର ମହିଳା ଶକ୍ତି ଦମ୍ ଦେଖାଇଥିଲା । ବୈଦେଶିକ ମନ୍ତ୍ରୀତ୍ୱ କାଳରେ ସେ ଅନେକ ଦେଶକୁ ଗସ୍ତରେ ଯାଉଥିଲେ । ବିଦେଶରେ ସୁଷମା ଅନେକ କନଫରେନ୍ସରେ ଯୋଗ ଦେଇଛନ୍ତି । ଜଣେ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜଙ୍କ ଅନେକ ଫଟୋ ଭାରତୀୟ ରାଜନୀତିର ସ୍ୱର୍ଣ୍ଣିମ ଇତିହାସରେ ଲିପିବଦ୍ଧ ହୋଇ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button