ଖେଳ

ବିସିସିଆଇକୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ, |୨ (ଦୀ.ରି.)-କ୍ରିକେଟର ଏସ. ଶ୍ରୀସନ୍ଥ୍‌ଙ୍କୁ ଆଜୀବନ ବାସନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)କୁ ନୋଟିସ୍‌ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଚିଫ୍‌ ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ୍‌. ଖାନଓ୍ବିଲକାର ଓ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ ବିସିସିଆଇ ଜବାବର ପ୍ରତ୍ୟୁତ୍ତର ଅନ୍ୟ ୪ ସପ୍ତାହ ମଧ୍ୟରେ ଦେବାଲାଗି ଶ୍ରୀସନ୍ଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀସନ୍ଥ୍‌ଙ୍କ ତରଫରୁ କୋର୍ଟରେ ଉପସ୍ଥିତ ଥିବା ସିନିୟର ଆଇନ ପରାମର୍ଶଦାତା ସଲମନ ଖୁର୍ସିଦ୍ଦ ଯୁକ୍ତି ଉପସ୍ଥାପନ କରି କହିଥିଲେ। ଉପଯୁକ୍ତ ପ୍ରମାଣ ଅଭାବରୁ ଏକ ଟ୍ରାଏଲ କୋର୍ଟ ଶ୍ରୀସନ୍ଥ୍‌ଙ୍କୁ ଦୋଷମୁକ୍ତ କରିବା ସତ୍ତ୍ୱେ ତାଙ୍କୁ ବାସନ୍ଦ କରିବା ଆଦୌ ଯଥାର୍ଥ ନୁହେଁ।

ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ ସ୍ପଟ୍‌ ଫିକ୍ସିଂ ମାମଲାରେ ବିସିସିଆଇ ଶ୍ରୀସନ୍ଥ୍‌ଙ୍କୁ ଆଜୀବନ ବାସନ୍ଦ କରିଥିଲା। ପୂର୍ବତନ ପେସ୍‌ ବୋଲରଙ୍କ ଅପିଲକୁ ଭିତ୍ତି କରି ଏକ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷ ମୁକ୍ତ ଘୋଷଣା କରିଥ୍‌ତ୍ଲେ। ମାତ୍ର ପରବର୍ତ୍ତୀକାଳରେ କେରଳ ହାଇକୋର୍ଟ ବିସିସିଆଇ ଦଣ୍ଡ ବିଧାନକୁ କାଏମ ରଖିଥିଲେ। ଶ୍ରୀସନ୍ଥ୍‌ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button