March 31, 2023

ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ବିଫଳତା : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ସମାଲୋଚନା

1 min read
Pollution-In-Delhi-Aajira

ଆଓରି-ନୂଆଦିଲ୍ଲୀ(୦୫/୧୧) : ଦିଲ୍ଲୀ-ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷମାନଙ୍କର ବିଫଳତାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । କିଛି ବର୍ଷ ହେବ ଏହି ପ୍ରଦୂଷଣ ଯୋଗୁଁ ଲୋକମାନେ ତାଙ୍କ ମୂଲ୍ୟବାନ ଜୀବନ ହରାଉଛନ୍ତି। ଜଷ୍ଟିସ୍‍ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି, କର୍ତ୍ତୃପକ୍ଷମାନଙ୍କର ଅବହେଳାକୁ କଦାପି ସହ୍ୟ କରାଯିବ ନାହିଁ ଏବଂ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରାଯିବ।

ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରଦୂଷଣ ଏକ ଅତ୍ୟାଚାର ବୋଲି ବର୍ଣ୍ଣନା କରି ସୁପ୍ରିମକୋର୍ଟ କହିଛନ୍ତି, ଘର ଭିତରେ ମଧ୍ୟ କୌଣସି ଲୋକ ପ୍ରଦୂଷଣ ଯୋଗୁଁ ନିରାପଦରେ ରହିପାରୁ ନାହାନ୍ତି। ପଞ୍ଜାବ, ହରିଆଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ଫସଲର ଅବଶିଷ୍ଟାଂଶ ପୋଡ଼ି ଘଟଣାକୁ ସୁପ୍ରିମକୋର୍ଟ ଅତି ଗୁରୁତର ଘଟଣା ବୋଲି ବର୍ଣ୍ଣନା କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.