March 24, 2023

ସୁପର ସଣ୍ଡେ: ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

1 min read

ଆଓରି-ନୂଆଦିଲ୍ଲୀ(୧୫/୦୬): ସୁପର ସଣ୍ଡେର ସୁପର ମୁକାବିଲା। ଆସନ୍ତାକାଲି ହେବ ମହାମୁକାବିଲା। ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ବିଗ୍ ଫାଇଟ ଆମୀର-ବିରାଟ ଟକ୍କର। ରୋହିତ୍ ଓ୍ୱାହାବ ସାମ୍ନାସାମ୍ନୀ। ମାଞ୍ଚେଷ୍ଟରରେ ମୁକାବିଲା। ପୁରୁଣା ଭେନ୍ୟୁ।

ମୁକାବିଲା ଏମିତି ସେମିତି ନୁହେଁ । ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ବିଶ୍ୱକପ୍‌ରେ ହଟ ଫେବରେଟ୍ ଟିମ୍ ଇଣ୍ଡିଆ। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ବିରାଟ ଆଣ୍ଡ କୋ ଅନବିଟେନ୍। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବିଶ୍ୱକପ୍‌ରେ ପାକିସ୍ତାନଠୁ ହାରିନାହିଁ। ପାକିସ୍ତାନ ବାରବାର୍ ପରାଜୟର ସ୍ୱାଦ ଚାଖିଛି। ତେଣୁ ପୁଣିଥରେ ସେହି ଅପରାଜୟର ଧାରା ବଳବତ୍ତର ରଖିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ। ଅନ୍ୟପଟେ ଏପର୍ଯ୍ୟନ୍ତ ଚଳିତ ବିଶ୍ୱକପ୍‌ରେଦୁର୍ବଳ ପ୍ରଦର୍ଶନ କରିଛି ପାକିସ୍ତାନ। ୱେଷ୍ଟଇଣ୍ଡିଜ ସହିତ ଶୋଚନୀୟ ପରାଜୟ ପରେ ଅବଶ୍ୟ ଘରୋଇ ଇଂଲଣ୍ଡ ବିପକ୍ଷରେ ଦଳ କମବ୍ୟାକ୍‌ କରିଛି। ଆଉ ପ୍ରମାଣିତ କରିଛି ଯେ ପାକିସ୍ତାନ କଣ ପାଇଁ ଇନପ୍ରେଡିକଟେବଲ୍। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦଳ ଆଖି ଦୃଶିଆ ପ୍ରଦର୍ଶନ କଲାନାହିଁ। ଅବଶ୍ୟ ମୁକାବିଲା ଟିମ୍ ଇଣ୍ଡିଆ ସହିତ। ସେଥିପାଇଁ ଜି-ଜାନ୍ ଲଗାଇବେ ଶାହାବାଜ-ଆଣ୍ଡ କୋ।

ହେଲେ ହରାଇବା ସହଜ ବି ନୁହେଁ। କାରଣ ଜବରଦସ୍ତ ଫର୍ମରେ ଅଛି ଟିମ୍‌ ଇଣ୍ଡିଆ। ପ୍ରଥମେ ପ୍ରୋଟିଜ୍ ,ତାପରେ କଙ୍ଗାରୁକୁ ଚିଟ୍ କରିବା ପରେ ଏବେ ପାକିସ୍ତାନ ବିପକ୍ଷରେ ବଲେ ବଲେ କରିବ ଟିମ୍ ଇଣ୍ଡିଆ। ସୁପର ସୋରେ ଆଶା ଏଥିପାଇଁ ଟିମ୍‌ ଇଣ୍ଡିଆ ଠାରୁ କାରଣ ଯେଉଁଠି ବିରାଟ ଅଛନ୍ତି ସେଠି କାହେ କା ଫିକର୍।  ନୋ ଟେନସନ ନୋ ପ୍ରୋବଲେମ୍।

ଆଉ ସାଥ ଦେବେ ରୋହିତ(ଦ ମୋଷ୍ଟ ଅନପ୍ରେଡିକଟେବଲ୍ ବ୍ୟାଟ୍ସମ୍ୟାନ ଅଫ୍ ଟିମ୍ ଇଣ୍ଡିଆ) ଫର୍ମ ଇଜ୍ ଟେମ୍ପରାରୀ ,କ୍ଲାସ ଇଜ୍ ପରମାନେଟ୍। ଅବଶ୍ୟ ଚିନ୍ତା ଶିଖରଙ୍କୁ ନେଇ ହେଲେ ରିଷବଙ୍କୁ ନେଇ ଚର୍ଚ୍ଚା। ଟପ୍ ଅର୍ଡର ଫେଲ ହେଲେ ମିଡିଲ ଅର୍ଡର ସମ୍ଭାଳିବେ। ମାହି ମାନେ ମହେନ୍ଦ୍ର ସିଂ ଧୋନୀ(ଦ ମୋଷ୍ଟ ଡିପେଣ୍ଡେବଲ ବ୍ୟାଟ୍ସମ୍ୟାନ ଅଫ୍ ଚିମ୍ ଇଣ୍ଡିଆ) ଅବଶ୍ୟ ତା ପୂର୍ବରୁ ଅଧାକାମ ସମ୍ଭାଳିନେଇଥିବେ ପାଣ୍ଡ୍ୟା।

ଏକ୍ ସେ ବଡକର ଏକ୍ ,କିନ୍ତୁ ଚିନ୍ତା ବୋଲିଂ ଡିପାର୍ଟମେଣ୍ଟକୁ ନେଇ । ଅଧିକ ରନ ଦେଉଛନ୍ତି ବୋଲର। ବୁମରାହ ଓ ଭୁବନେଶ୍ୱର ପାକିସ୍ତାନକୁ ଚେକ୍‌ ଦେଇପାରିବେ ତ ? ରୋକି ପାରିବେ ତ ଇମାମ୍ ବାବର, ସୋଏବ, ହାଫିଜ୍, ସରଫରାଜ, ଫଖରଙ୍କ ଭଳି ଖେଳାଳୀଙ୍କୁ ? ଯଦି ପେସ୍‌ ଆଟାକ୍‌ ଫେଲ ହେଲା ବିକଳ୍ପ ଚହଲ କୁଲଦୀପ। ଆଉ ବିଜୟ ଶଙ୍କର ଯଦି ସାମିଲ ହୁଇନ୍ତି ତାହେଲେ ବିରାଟଙ୍କ ଚିନ୍ତା କମ୍‌ ହୋଇଯିବ।

ସେପଟେ ପ୍ଲେଇଂ ଇଲେଭେନକୁ ନେଇ ଏବେବି ସସପେନ୍ସ। ବୋଧହୁଏ ଶେଷ ମୂହୁର୍ତ୍ତରେ ବିରାଟ ସେ କାର୍ଡ ଖେଳିବେ। ଓ୍ୱାଲର୍ଡକପରେ ପାକିସ୍ତାନ ବିପକ୍ଷରେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଅନବିଟେନ୍। ହେଲେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବି ହାଲକା ଭାବେ ନେବେନାହିଁ ବିରାଟ୍। କାରଣ ବିରାଟ୍ ଜାଣିଛନ୍ତି ଯେ ପାକିସ୍ତାନ ବାଜି ବି ଓଲଟାଇପାରେ। କିନ୍ତୁ ଏସବୁ ସମୀକ୍ଷା ପରେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ଏ ସୁପର୍ ଫାଇଟ୍ ଉପରେ। ଶେଷରେ କେବଳ ଏତିକି ହିଁ କହିବୁ କମନ୍ ଟିମ୍ ଇଣ୍ଡିଆ, ଜୟ ହୋ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.