ରାଜ୍ୟ

ସଲମାନ୍ କଟକ ଆସିବା ପାଇଁ ଦାବି କରିଥିଲେ ମୋଟା ଅଙ୍କର ଟଙ୍କା

ଆଓରି-ଭୁବନେଶ୍ଵର(୨୯/୧୧) : ଗତକାଲି(ବୁଧବାର) ବାରବାଟୀ ଷ୍ଟାଡିୟମ ‘ଭାଇଜାନ୍, ଭାଇଜାନ୍’ ଧ୍ୱନିରେ ପ୍ରକମ୍ପିତ ହେଉଥିଲା । ନିଜ ଫେବରାଇଟ୍ ସୁପରଷ୍ଟାରଙ୍କୁ ପାଖରେ ପାଇ ତାଙ୍କ ଫ୍ୟାନ୍ସମାନେ ଭାବବିହ୍ୱଳିତ ହୋଇଯାଇଥିଲେ । ତେବେ ଦର୍ଶକ ହୁଏତ ଜାଣିନଥିବେ ଭାଇଜାନ୍ ତାଙ୍କର ବହୁମୂଲ୍ୟ ସମୟ ଦେଇ କଟକ ଆସିବା ପାଇଁ ଦାବି କରିଥିଲେ ମୋଟା ଅଙ୍କରAajira-Odisha ଟଙ୍କା । ସଲମାନ୍ କେବଳ ଆଡଭାନ୍ସ ନେଇଥିଲେ କୋଟିଏ ୮୯ ଲକ୍ଷ ଏବଂ ତାଙ୍କର ସମୁଦାୟ ଫିସ୍ ଥିଲା ୫ କୋଟି । ଏହା ବ୍ୟତୀତ ତାଙ୍କର ଯିବା-ଆସିବା, ଖାଇବା-ପିଇବା ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯାଇଥିଲା ।

ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହୋଇଥିବା ଏହି ଚେକ୍‌ ଅନୁସାରେ ‘ହକି ଇଣ୍ଡିଆ’ ପକ୍ଷରୁ କେହି ମୁସ୍ତାକ୍‌ ଅହମ୍ମଦ୍‌ ସଲମାନ୍‌ଙ୍କ ବିଜୟ ବ୍ୟାଙ୍କ ଆକାଉଣ୍ଟରେ ଏହି ଅଗ୍ରୀମ ଚେକ୍‌ (ଏକ କୋଟି ୮୯ ଲକ୍ଷ ଟଙ୍କାର) ଡିପୋଜିଟ୍‌ କରିଛନ୍ତି । ଚେକ୍‌ଟି ୨୦୧୮ ନଭେମ୍ବର ୨୭ ତାରିଖକୁ ଦିଆଯାଇଛି । ତେବେ ଚେକ୍ ସହିତ ଏକ ସ୍କ୍ରିପ୍ଟ ମଧ୍ୟ ଦବଙ୍ଗ ଖାନଙ୍କୁ ଦିଆଯାଇଥିଲା । ସ୍କ୍ରିପ୍ଟରେ ଓଡିଶାର ମୁଖ୍ୟମନ୍ତ୍ରୀ, କଟକ ଓ କଟକର ଦହିବରାକୁ ତାରିଫ କରି ଲେଖାଯାଇଥିଲା । ତେବେ କୁହାଯାଉଛି ହକି ଇଣ୍ଡିଆ ଚେକ୍ ଦେଇଥିଲେ ମଧ୍ୟ ଚେକ୍ ପାଇବା ପରେ ସଲମାନଙ୍କ ମୁଖରୁ କେବଳ ମୁଖ୍ୟମନ୍ତ୍ରୀ ଓ କଟକ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା  ।

Related Articles

Leave a Reply

Your email address will not be published. Required fields are marked *

Back to top button